ବାପାର ଡାକ ଶୁଣିଲେ.. କୋମାରୁ ପୁଅକୁ ଉଠାଇଦେଲେ ମହାପ୍ରଭୁ

ମହାପ୍ରଭୁଙ୍କ ଚମତ୍କାର। ସମର୍ପଣର ଭାବନା ସହିତ ମହାପ୍ରଭୁଙ୍କୁ ଗୁହାରି କଲେ ମହାପ୍ରଭୁ ତାହା ଶୁଣନ୍ତି। ଭକ୍ତର କାମନା ପୂରଣ କରନ୍ତି। ଆଉ ଏହା ନିକଟରେ ଦେଖିବାକୁ ମିଳିଛି ପୁରୀ ସିଂହଦ୍ବାର ସାମନାରେ।ପୁଅର ନୂଆ ଜୀବନ ପାଇଁ ସିଂହ ଦୁଆରେ ହାତ ପତେଇଥିଲା ବାପା । ମାସଟେ ବି ପୂରିନି, ହଟିଆ ଠାକୁର ପୁଣି ତା ଲୀଳା ଦେଖାଇଛି । ଆଉ କୋମାରେ ଥିବା ପୁଅକୁ ଚଳପ୍ରଚଳ ହେବା ପାଇଁ ତା’ ଦେହରେ ଶକ୍ତି ଭରି ଦେଇଛି କାଳିଆ। ଡାକ୍ତରମାନେ ସବୁ ନିରାଶ କରିଦେଇଥିଲେ।ଗତ ୮ ତାରିଖରେ ରାଜସ୍ଥାନରୁ କୋମା ଅବସ୍ଥାରେ ଛୁଆକୁ ଶ୍ରୀମନ୍ଦିର ଆଣିଥିଲେ ବାପା ପ୍ରକାଶ ଭୋଇ। ବାଇଶି ପାହାଚ ପାଖେ ପୁଅ ନିଖିଲକୁ ଗଡାଇ ଦେଇଥିଲେ। ମହାପ୍ରଭୁଙ୍କ ଠାରେ ଶରଣ ପଶିବା ପରେ ଏବେ ସାମାନ୍ୟ ସୁସ୍ଥ ହୋଇଛି କୁନି ପୁଅ। ପୂର୍ବରୁ ନିସ୍ତେଜ ହୋଇପଡିଥିଲା ଶିଶୁ। ଏବେ ହାତଗୋଡି ହଲାଉଛି। ଆଜି ଛୁଆ ସାମାନ୍ୟ ସୁସ୍ଥ ହେବା ପରେ ସୁଦୂର ରାଜସ୍ଥାନରୁ ଛୁଆକୁ ପୁଣି ଆଣି ଆସିଛନ୍ତି ବାପା। ମହାପ୍ରଭୁଙ୍କୁ କୃତଜ୍ଞତା ଜଣାଇବାକୁ ପୁରୀ ଆସିଛନ୍ତି ପ୍ରକାଶ ଭୋଇ।ପୁଅକୁ ଭଲ କରି ଦେବା ପାଇଁ ନିଜକୁ ଋଣି ବୋଲି ସେ ତାଙ୍କ ଆଗରେ ନିଜକୁ ସମର୍ପଣ କରିଦେଇଛନ୍ତି ।