ବାବା କପିଳେଶ୍ୱର ମନ୍ଦିରର ଆଲୌକିକ ଘଟଣା: ମନ୍ଦିର କାନ୍ଥରୁ ବାହାରୁଛି କ୍ଷୀର !
ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚରଦା ବାବା କପିଳେଶ୍ୱର ମନ୍ଦିରରେ ଘଟିଛି ଆଲୌକିକ ଘଟଣା । ମନ୍ଦିର ପାର୍ଶ୍ଵରେ ଥିବା ଅଫିସ ଗୃହ କାନ୍ଥରୁ ଏକ ଘଣ୍ଟା ଧରି କ୍ଷୀର ଝରୁଥିଲା ବୋଲି କହିଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି । ଏହି ଘଟଣା ପ୍ରଚାରିତ ହେବା ପରେ ଏହାକୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଲାଗିରହିଛି । ଏହି ଘଟଣାରେ ମନ୍ଦିର ପ୍ରଶାସନ କହିଛି,ଗତକାଲି ସଂକ୍ରାନ୍ତି ଥିବାରୁ ଭଗବାନଙ୍କ କୃପା ଭକ୍ତଙ୍କ ଉପରେ ରହିଛି । ଏହି ଅଦ୍ଭୁତ ଘଟଣା ପରେ ମନ୍ଦିରରେ ସନ୍ଧ୍ୟା ଆଳତୀ ସହିତ ପୂଜାର୍ଚ୍ଚନାକୁ ଗୁରୁତ୍ବ ଦିଆଯାଇଛି । ତେବେ କ୍ଷୀର ବାହାରୁଥିବା ସ୍ଥାନରେ ଅରୁଆ ଚାଉଳ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରାଯାଉଛି। ସେବାୟତମାନେ ଆଳତୀ କରୁଛନ୍ତି
