ବାମ ଓ ରାମ ପଶ୍ଚିମବଙ୍ଗରେ ଅଶାନ୍ତି ସୃଷ୍ଟି କରୁଛନ୍ତି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶୃଙ୍ଖଳା ପଛରେ ‘ବାମ ଓ ରାମ’ ବାଲା ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏହି ବିବୃତ୍ତିକୁ ଦୃଢ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ କ୍ଷମତାର ଲୋଭରେ ମମତା ବାନାର୍ଜୀ ତାଙ୍କର ‘ମା, ମାଟି, ମାନୁଷ’ ସ୍ଲୋଗାନକୁ ଭୁଲିଯାଇଛନ୍ତି ଏବଂ ବର୍ତ୍ତମାନ ପ୍ରଭୁ ରାମଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି।ମମତା ବାନାର୍ଜୀ କହିଛନ୍ତି ଛାତ୍ର ଆନ୍ଦୋଳନ ସହିତ ଜମା ହୋଇଥିବା ଭିଡ଼ଙ୍କର କୌଣସି ସମ୍ପର୍କ ନାହିଁ ଏବଂ ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡ ଭିତରେ ହଙ୍ଗାମା ସୃଷ୍ଟି କରିଥିବା ଲୋକେ ହେଉଛନ୍ତି ବିଜେପି ସଦସ୍ୟ ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଗତକାଲି ଆର.ଜି କର ହସ୍ପିଟାଲକୁ ଭଙ୍ଗାରୁଜା କରି ଏହି ହଙ୍ଗାମା ସୃଷ୍ଟି କରିଥିବା ଲୋକଙ୍କ ଆର.ଜି କାର୍ ମେଡିକାଲ୍ କଲେଜର ଛାତ୍ର ଆନ୍ଦୋଳନ ସହିତ କୌଣସି ସମ୍ପର୍କ ନାହିଁ।ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ମମତା ବାନାର୍ଜୀ ଅସନ୍ତୋଷକୁ ଲୁଚାଇବା, ଦମନ କରିବା ଏବଂ ଅପରାଧୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପଶ୍ଚିମବଙ୍ଗରେ ବାରମ୍ବାର ବ୍ୟବସ୍ଥାଗତ ବିଫଳତା ଦେଖାଦେଇଛି। କିନ୍ତୁ ଏହାର ଦୋଷ ‘ବାମ ଆଣ୍ଡ ରାମ’ଙ୍କ ଉପରେ ଦିଆଯାଉଛି। ମମତା ଦିଦିଙ୍କ ଏଭଳି ବୟାନ ଅତ୍ୟନ୍ତ ଘୃଣ୍ୟ, ଲଜ୍ଜାଜନକ ଏବଂ ନିନ୍ଦନୀୟ