ବାରବାଟୀ ମ୍ୟାଚ ପାଇଁ ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି
ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ହାତରେ ସପ୍ତାହେ ସମୟ ଥିବାବେଳେ ଆଜି ଅନଲାଇନରେ ଉପଲବ୍ଧ ହେବ ଟିକେଟ । ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍ଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ୪ହଜାର ପରିବର୍ତ୍ତେ ଏଥର ମାତ୍ର ୨ହଜାର ଟିକେଟ୍ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି ଅଫଲାଇନରେ ମଧ୍ୟ ଟିକେଟ୍ ସଂଖ୍ୟା କମିଛି ।ଅଫିଲିଏଟେଡ୍ ୟୁନିଟ୍ମାନଙ୍କ ପାଇଁ SBI ଦ୍ୱାରା OCA କନଫରେନ୍ସ ହଲ୍ରେ ଡିସେମ୍ବର ୩ ଓ ୪ ତାରିଖରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଟିକେଟ୍ ବିକ୍ରି ହେବ। ସାଧାରଣ ଲୋକଙ୍କ ପାଇଁ ବାରବାଟୀ ଷ୍ଟାଡିୟମ୍ କାଉଣ୍ଟରରେ ଡିସେମ୍ବର ୫ ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ ଏବଂ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ ବୈଧ ପରିଚୟପତ୍ର ସହ କିଣିପାରିବେ। ଟିକେଟର ମୂଲ୍ୟ ଗ୍ୟାଲେରୀ ୭୦୦ ଟଙ୍କାରୁ ଆରମ୍ଭ ହୋଇ କର୍ପୋରେଟ୍ ବକ୍ସ ପାଇଁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।ଡିଷ୍ଟ୍ରିକ୍ଟ ବାଏ ଜୋମୋଟୋରେ ଉପଲବ୍ଧ ହେବ ଟିକେଟ୍ ।
