ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୧ରେ ଟିକେଟ ବିକ୍ରି
ବାରବାଟୀ ମ୍ୟାଚ ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରେ ହେବ ଟିକେଟ ବିକ୍ରି। ୧ରେ ଅନଲାଇନରେ ଟିକେଟ ବିକ୍ରି କରାଯିବ। ଏହା ପରେ ୫ ତାରିଖରେ ଅଫଲାଇନରେ ଟିକେଟ ବିକ୍ରି ହେବ। ଷ୍ଟାଡିୟମରେ ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ ।। ଡିସେମ୍ବର ୩ରେ ୪ରେ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ଦିଆଯିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ।
ଭାରତ-ଦକ୍ଷିଣ ଆଫ୍ରିକା T20 ସୂଚୀ
ପ୍ରଥମ ଟି-ଟ୍ଵେଣ୍ଟି – ବାରବାଟୀ ଷ୍ଟାଡିୟମ୍, କଟକ – ସନ୍ଧ୍ୟା ୭ଟା
ଦ୍ଵିତୀୟ ଟି-ଟ୍ଵେଣ୍ଟି – ଚଣ୍ଡିଗଡ଼ (ମୁଲ୍ଲାନପୁର) – ସନ୍ଧ୍ୟା ୭ଟା
ତୃତୀୟ ଟି-ଟ୍ଵେଣ୍ଟି – ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ୍, ଧର୍ମାଶାଳା – ସନ୍ଧ୍ୟା ୭ଟା
ଚତୁର୍ଥ ଟି-ଟ୍ଵେଣ୍ଟି – ଏକନା କ୍ରିକେଟ ଷ୍ଟାଡିୟମ୍, ଲକ୍ଷ୍ନୌ – ସନ୍ଧ୍ୟା ୭ଟା
ପଞ୍ଚମ ଟି-ଟ୍ଵେଣ୍ଟି – ନରେନ୍ଦ୍ର ମୋଦି ଷ୍ଟାଡିୟମ୍, ଅହମଦାବାଦ – ସନ୍ଧ୍ୟା ୭ଟା
