ବାରହା କବଳରୁ ମୁକୁଳିଲେ ୫ ପର୍ଯ୍ୟଟକ

ଦୀର୍ଘ ୧୨ ଘଣ୍ଟାର ଅପରେସନ୍‌ ପରେ ଉଦ୍ଧାର ହେଲେ ପର୍ଯ୍ୟଟକ ଓ ଉଦ୍ଧାରକାରୀ । ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ରେ ଆତଙ୍କ ଖେଳାଇଥିବା ବାରହା କବଳରୁ ମୁକୁଳିଛନ୍ତି ୫ ପର୍ଯ୍ୟଟକ । ହିଂସ୍ର ବାର୍‌ହା ଭୟରେ ଗଛ ଉପରେ ଆଶ୍ରୟ ନେଇଥିଲେ ୫ ପର୍ଯ୍ୟଟକ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତର ପର୍ଯ୍ୟଟକଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।ଘଟଣା ଅନୁଯାୟୀ, ୬ ଜଣ ପର୍ଯ୍ୟଟକ ବରୁଣେଇ ପାହାଡ଼ରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ବେଳେ ହଠାତ୍ ଏକ ହିଂସ୍ର ବାର୍‌ହା ସେମାନଙ୍କୁ ଆକ୍ରମଣ କରିଥିଲା। ଆତଙ୍କିତ ହୋଇ କେହି ଦୌଡ଼ି ପଳାଇଥିବା ବେଳେ ଅନ୍ୟମାନେ ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ଚଢ଼ି ପଡ଼ିଥିଲେ। କିନ୍ତୁ ବାର୍‌ହା ଗଛ ତଳେ ଜଗି ବସିଥିବାରୁ ସେମାନେ ତଳକୁ ଓହ୍ଲାଇ ପାରିନଥିଲେ। ଖବର ପାଇ ପୋଲିସ, ବନ ବିଭାଗ ଓ ଅଗ୍ନିଶମ ବାହିନୀର ଏକ ଟିମ୍‌ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।ଘଟଣା ସ୍ଥଳରେ ଖୋର୍ଦ୍ଧା ଏସପି, ଡିଏଫଓ, ଅଗ୍ନିଶମ ଅଧିକାରୀ, ବନ ବିଭାଗର ମୋଟ ୪୦ ଜଣିଆ ଟିମ ପଠା ଯାଇଥିଲା । ଯେଉଁଥିରେ ଜାଲ ,ଟ୍ରାଙ୍କୁଲାଇଜର ସୁଟର, ଲାଇଟ୍, ବାଣ, ନିଆଯାଇଥିଲା । ସେପଟେ ବାରହାର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନର ସାହାଯ୍ୟ ନିଆଯାଇଥିଲା । ଶେଷରେ ବାରହାକୁ ଘଉଡ଼ାଇ ୫ପର୍ଯ୍ୟଟକ ସମେତ ୪୦ଜଣଙ୍କୁ ଉଦ୍ଧାର କରାଯାଇଛି ।