ବାଲିଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ୍ ପାଇଁ ଆସିଛି ମୋବାଇଲ୍ ଭ୍ୟାନ୍
ଚଳିତ ବର୍ଷ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସବୁ ଖାଦ୍ୟ ଷ୍ଟଲ୍ ଉପରେ ନଜର ରଖିଛି କଟକ ମହାନଗର ନିଗମ (ସିଏମ୍ସି) ଖାଦ୍ୟ ସୁରକ୍ଷା ବିଭାଗ । ଏ ନେଇ ପଡ଼ିଆରେ ସବୁଦିନ ଖାଦ୍ୟ ଯାଞ୍ଚ୍ ପାଇଁ ୩ଟି ଟିମ୍ ପ୍ରସ୍ତୁତ ହୋଇଛନ୍ତି |ଖାଦ୍ୟ ନମୁନାର ତୁରନ୍ତ ଯାଞ୍ଚ୍ ପାଇଁ ଭୁବନେଶ୍ୱରରୁ ଏକ ଫୁଡ୍ ଟେଷ୍ଟିଂ ଗାଡି ଆସିଛି| ବିଶେଷକରି ଖାଦ୍ୟର ନମୁନା ସଂଗ୍ରହ ସହିତ ଖୁବ୍ କମ୍ ସମୟ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବା ପାଇଁ ଏମ୍ଏଫ୍ଟିଏଲ୍ ରେ ଗାଡି ଆସିଛି ।
