ବାଲୁକାକଳାରେ ଦୀପାବଳି ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ମାଆ କାଳୀଙ୍କ ବିଶାଳ ବାଲୁକା କଳା। ବାଲୁକା କଳାରେ ଦୀପାବଳିର ଶୁଭେଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପ୍ରାୟ ୧ହଜାର ମାଟି ଦୀପ ବ୍ୟବହାର କରିବା ସହ ମାଆ କାଳୀଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି । ଏହି କଳାକୃତି ନିର୍ମାଣ ପାଇଁ ୬ ଟନ ବାଲି ବ୍ୟବହାର କରାଯାଇଛି । ଏହି ଆକର୍ଷଣୀୟ ବାଲୁକଳା ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।ପ୍ରଦୂଷଣ ମୁକ୍ତ ପାଇଁ ସମସ୍ତେ ସବୁଜ ବାଣ ଫୁଟେଇବା ସହ ସୁରକ୍ଷିତ ଭାବେ ବାଣ ଫୁଟାଇବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି।