ବାଲେଶ୍ବରରେ ଭାସିଲା ୨୦୦ ଫୁଟିଆ ଡଙ୍ଗା
୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ । ହଜାର ହଜାର ଲୋକଙ୍କ ସମାଗମ । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମାଣିତ୍ରୀ ଗ୍ରାମର ମଦନମୋହନ ଜୀୟୁ କମିଟି ପକ୍ଷରୁ ୨୦୦ଫୁଟ ଲମ୍ବର ଏକ ବିଶାଳ ଡଙ୍ଗା ସ୍ଥାନୀୟ ପୋଖରୀରେ ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ ଲୋକେ ।ମାଣିତ୍ରୀ ଗ୍ରାମର ମଦନ ମୋହନ ଜୀଉ କମିଟି ପକ୍ଷରୁ ୨୨ ବର୍ଷ ଧରି ଏମିତି ଡଙ୍ଗା ତିଆରି କରି ପାଖ ପୋଖରୀରେ ଭସାଇଥାନ୍ତି । ଏହି ଡଙ୍ଗା ଭସାଇବା ଦ୍ଵାରା ଗ୍ରାମରେ ଭାଇଚାରା ରକ୍ଷା କରିବା ଓ ଗ୍ରାମର ଶାନ୍ତି ପାଇଁ ମଦନ ମୋହନଙ୍କ ଠାରେ ପୂଜାର୍ଚ୍ଚନା କରି ଭୋର ୫ଟା ବେଳେ ଡଙ୍ଗା ଭସାଇଥିଲେ । ଏହି ଡଙ୍ଗାକୁ ସୁସର୍ଜିତ କରି କୃଷ୍ଣଙ୍କ ରାସଲୀଳା ପ୍ରସ୍ତୁତ କରି ଭକ୍ତଙ୍କ ମନ ଜିଣି ଥିଲେ । ଏହି ଉତ୍ସବରେ ଶ୍ରଦ୍ଧାଳୁ ମାନେ କିର୍ତ୍ତନ କରି ଘଣ୍ଟ ଓ ଶଙ୍ଖ ବଜାଇ ଧୁ୍ମଧାମରେ ପାଳନ କରିବା ସହ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ୨୦୦ଫୁଟ ଲମ୍ବର ଏକ ବିଶାଳ ଡଙ୍ଗା ସ୍ଥାନୀୟ ପୋଖରୀରେ ଭସାଇଛନ୍ତି । ଏହି ବୋଇତ ବନ୍ଦାଣର ଶୁଭ କାର୍ଯ୍ୟ ଦୀପାବଳିରେ ଆରମ୍ଭ ହୋଇଥାଏ । ଆଜିର ଦିନରେ ଏହା ପୁଷ୍କରିଣୀରେ ଭାସେ । ଏହି ବୋଇତକୁ ନିର୍ମାଣ କରିବା ପାଇଁ ପ୍ରାୟ ୧୫ ଦିନ ଲାଗେ । ଏଥର ୨୦୦ ଫୁଟର ବୋଇତ ନିର୍ମାଣ କରଯାଇଛି । ଯେଉଁଥିରେ ପୌରାଣିକ ବିଷୟ ବସ୍ତୁକୁ ଆଧାର କରି ମୂର୍ତ୍ତି ନିର୍ମାଣ କରାଯାଇଛି । କୃଷ୍ଣଙ୍କ ବସ୍ତ୍ର ଚୋରି ବା ରାସଲୀଳା ବିଷୟ ବସ୍ତକୁ ଗ୍ରହଣ କରାଯାଇଛି ।
