ବିଗିଡିଲା ତନୁଜାଙ୍କ ସ୍ଵାସ୍ଥ୍ୟବସ୍ଥା, ଆଇସିୟୁରେ ଭର୍ତ୍ତି

ବଲିଉଡ ଅଭିନେତ୍ରୀ ତନୁଜାଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ସାରେ ତନୁଜାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ବାର୍ଦ୍ଧକ୍ୟ ରୋଗ ହେତୁ ତାଙ୍କୁ ଭର୍ତ୍ତି କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ।ପିଟିଆଇ ରିପୋର୍ଟ ଅନୁଯାୟୀ ବୟସ ସମ୍ବନ୍ଧୀୟ ରୋଗ ହେତୁ ତନୁଜାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସୁଧୁରୁଛି। ତାଙ୍କୁ ଅଣ୍ଡରଅବଜରବେସନ୍‌ରେ ଅଛନ୍ତି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କହିବାକୁ ଗଲେ ୮୦ବର୍ଷ ବୟସ୍କା ଅଭିନେତ୍ରୀ ତନୁଜା ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ବାବଧାନ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖାଯାଉଛି।ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲଙ୍କ ମା’ ହେଉଛନ୍ତି ତନୁଜା।ଅଭିନେତ୍ରୀଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ, ସେ ଅନେକ ହିନ୍ଦୀ ଏବଂ ବଙ୍ଗଳା ଫିଲ୍ମରେ କାମ କରିଛନ୍ତି। ସେ ହେଉଛନ୍ତି ବିଗତ ଦିନର ତାରକା ଶୋଭନା ସମର୍ଥ ଏବଂ ନିର୍ମାତା କୁମାରସେନ ସମର୍ଥଙ୍କ ଝିଅ। ସେ ନୁତନଙ୍କ ଭଉଣୀ।ତନୁଜା ୨୩ ସେପ୍ଟେମ୍ବର ୧୯୪୩ରେ ଜନ୍ମଗ୍ରହଣ କରିଥିଲେ।

ଏହି ଅଭିନେତ୍ରୀ ଅଳ୍ପ ବୟସରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ମାତ୍ର ୧୬ବର୍ଷ ବୟସରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ‘ଛବିଲି’ (୧୯୬୦)ରେ ରିଲିଜ ହୋଇଥିଲା ଏବଂ ଏହା ପରେ ସେ ୧୯୬୨ରେ ଫିଲ୍ମ ‘ମେମ ଦିଦି’ରେ ଅଭିନୟ କରିଥିଲେ।ଏହା ବ୍ୟତୀତ ତନୁଜା ‘ବାହରେନ୍ ଫିର ଭୀ ଆୟେଙ୍ଗି’, ‘ହାଥୀ ମେରେ ସାଥି’ ଏବଂ ‘ମେରେ ଜୀବନ ସାଥି’ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା। ତନୁଜା ଅନେକ ବଙ୍ଗୀୟ ଚଳଚ୍ଚିତ୍ର ମଧ୍ୟ କରିଛନ୍ତି।