ବିଜେଡିରୁ ଇସ୍ତଫା ଦେଲେ ଅନୁଭବ,ଆକାଶ କିନ୍ତୁ କାହିଁକି ?

ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ପରେ ଏବେ ଅଭିନେତା ତଥା କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି ମଧ୍ୟ ବିଜେଡି ଛାଡିଛନ୍ତି। ଦଳ ଛାଡ଼ିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଲେଖିଲେ ଚିଠି । କାରଣ ସମ୍ପର୍କରେ ନଲେଖି ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ଚିଠିରେ କରିଛନ୍ତି ଉଲ୍ଲେଖ । ୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲଢ଼ି ଲୋକସଭାକୁ ମନୋନୀତ ହୋଇଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ।

ଏହା ସହିତ ଯାଜପୁର ଜିଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ବିଜେଡି ଗତ ଥର ଟିକେଟ ଦେଇ ନ ଥିଲା। ଏଥର ବି ଦଳ ତାଙ୍କୁ ଟିକେଟ ଦେଇନାହିଁ। ଆଉ ଏହି କାରଣରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କୁହାଯାଉଛି। ଇସ୍ତଫା ଦେବା ପରେ ଆକାଶଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ କାହିଁକି ବିଜେଡି ଛାଡିଛନ୍ତି ତାହାର କାରଣ କହିଛନ୍ତି। ସେ କହିଛନ୍ତି, ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ବାଭିମାନ ପାଇଁ ମୁଁ ଦଳ ଛାଡିଛି।