ବିଜେଡିରୁ ନିଲମ୍ବିତ ନୁହେଁ, ବରଂ ମୁଁ ଦଳରୁ ଇସ୍ତଫା ଦେଇଛି: ପ୍ରଫୁଲ୍ଲ ମଲ୍ଲିକ
ବିଜେଡିରୁ ନିଲମ୍ବିତ ନୁହେଁ, ବରଂ ମୁଁ ଦଳରୁ ଗତକାଲି ଇସ୍ତଫା ଦେଇଛି। ମୁଁ ନିଜର ବ୍ୟକ୍ତିଗତ କାରଣରୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଉପସଭାପତି ଦେବୀ ମିଶ୍ରଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲି। ଏହି ଇସ୍ତଫା ପତ୍ର ପାଇବା ପରେ ନିଲମ୍ବନ କରାଯାଇଥିବା କହୁଛନ୍ତି। ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ପ୍ରଫୁଲ୍ଲ ମଲ୍ଲିକ। ସୂଚନାମୁତାବକ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି । ବିଜେଡି ଉପସଭାପତି ପ୍ରତାପ ଜେନା ନିଲମ୍ବନ କରିଛନ୍ତି ।ଗତକାଲି ପ୍ରଫୁଲ୍ଲ କହିଥିଲେ ଦଳ ଠିକ ଭାବେ ନଚାଲିଲେ ଛାଡିଦେବି ।ଏହାଛଡ଼ା ସେ ଆହୁରି କହିଥିଲେ ବିଜେଡି ସଠିକଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ ।ପୂର୍ବ ବିଚାରଧାରାରେ ଦଳ ନାହିଁ । ଦଳକୁ ସଂଗଠିତ କରିବାକୁ ପିଏସି ଓ ଶୃଙ୍ଖଳା କମିଟି ପାଇଁ କହିଥିଲୁ, ହୋଇଛି । ଅନ୍ୟ ପ୍ରସ୍ତାବଗୁଡ଼ିକ ଦଳରେ ଗ୍ରହଣ କରାଯାଇ ନାହିଁ । ମୋ ସହିତ କେହି ଆଲୋଚନା କରିନାହାନ୍ତି କି ମୁଁ କାହାକୁ ଭେଟିନି ।
