ବିଜେପିରେ ସାମିଲ ହେଲେ ଜୟ ଢୋଲକିଆ

ସବୁ କଳ୍ପନା ଜଳ୍ପନାର ହୋଇଛି ଅନ୍ତ । ବିଜେପିରେ ମିଶିଛନ୍ତି ଜୟ ଢୋଲକିଆ । ସ୍ବର୍ଗତ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପି ଶିବିରରେ ଯୋଗ ଦେଇଛନ୍ତି । ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ । ଏକ ମିଶ୍ରଣ ପର୍ବ ମାଧ୍ୟମରେ ଢୋଲକିଆ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ତେବେ ମିଶ୍ରଣ ପର୍ବରେ ବସନ୍ତ ପଣ୍ଡା, ସୁରେଶ ପୂଜାରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ହଲଚଲ୍ ଦେଖିବାକୁ ମିଳିଛି । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କ ଉପରେ ସଭିଙ୍କ ନଜର ଥିଲା ।ଯେହେତୁ ରାଜେନ୍ଦ୍ର ଢ଼ୋଲକିଆ ବିଜେଡି ଦଳରୁ ବିଧାୟକ ହୋଇଥିଲେ ତେଣୁ ତାଙ୍କ ପୁଅ ଜୟ ଢୋଲକିଆ ବିଜେଡି ଦଳରୁ ପ୍ରାର୍ଥୀ ହେବେ ବୋଲି ନିଶ୍ଚିତ ଥିଲା । ହେଲେ ଦଳ କିନ୍ତୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରିନଥିଲା । ଏ ସବୁ ଭିତରେ କିନ୍ତୁ ନୂଆପଡ଼ା ସମୀକରଣ ବଦଳିଯାଇଛି । ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଏକପ୍ରକାର ନିଶ୍ଚିତ ହୋଇଛି ।