ବିଜେପିର ମିଶନ ଜମ୍ମୁ କାଶ୍ମୀର ।
ବିଜେପିର ମିଶନ ଜମ୍ମୁ କାଶ୍ମୀର । ନିର୍ବାଚନୀ ଇସ୍ତାହାର ଜାରି କରି କାଶ୍ମୀର ବାସୀଙ୍କୁ ମାଳ ମାଳ ପ୍ରତିଶ୍ରୁତି ଦେବା ପରେ କେମିତି ଅଧିକରୁ ଅଧିକ ଭୋଟ ହାତେଇବ ସେନେଇ ସବୁପ୍ରକାର କସରତ ଚାଲିଛି। ଆଜି ଜନସଭାକୁ ସମ୍ବୋଧନ କରି ଶାହ କହିଛନ୍ତି ଯେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଐତିହାସିକ ନିଷ୍ପତ୍ତି ହୋଇଛି ଏବଂ ଏହା କେବେ ଫେରିବ ନାହିଁ। କର୍ମୀଙ୍କୁ ସମ୍ବୋଧନ କରି ଶାହ କହିଛନ୍ତି ଯେ ଜମ୍ମୁବାସୀ ନିଷ୍ପତ୍ତି ନେବେ ଏଠାରେ କିଏ ପରବର୍ତ୍ତୀ ସରକାର ଗଢିବ। ଶାହା କହିଛନ୍ତି ଯେ ୩୭୦ହଟାଇବା ପରେ ନିର୍ବାଚନ ଦୁଇଟି ପତାକା କିମ୍ବା ଦୁଇଟି ସମ୍ବିଧାନ ସହିତ ନୁହେଁ ବରଂ ଗୋଟିଏ ତ୍ରିରଙ୍ଗା ଏବଂ ଗୋଟିଏ ସମ୍ବିଧାନ ସହିତ ଅନୁଷ୍ଠିତ ହେଉଛି। ଭାଜପା ସମସ୍ତ ବହୁମତ ସହିତ ନିର୍ବାଚନ ଲଢୁଛି ଏବଂ ଏହା ମଧ୍ୟ ଜିତିବ କାରଣ ଭାଜପାର ସବୁଠାରୁ ବଡ ଶକ୍ତି ନେତା ନୁହଁନ୍ତି, ଦଳର ଶକ୍ତି ହେଉଛି ବୁଥ କର୍ମଚାରୀ।
