ବିଜେପି କୋର କମିଟି ବୈଠକକୁ ନେଇ ମନମୋହନ ସାମଲ ସୂଚନା

ଭାଜପା କୋର କମିଟି ବୈଠକକୁ ନେଇ ମନମୋହନ ସାମଲ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟସଭା ନିର୍ବାଚନ ଉପରେ ଚର୍ଚ୍ଚା ହୋଇଛି। ରାଜ୍ୟ ସଭା କାହାକୁ ପଠାଯିବ କୋର୍‌ କମିଟି ସଦସ୍ୟ ନାଁ ପ୍ରସ୍ତାବ ଦେବେ। ସେଇ ନାଁ ବିଜେପି ପାର୍ଲିଆମେଣ୍ଟାରୀ କମିଟି ନିକଟକୁ ପଠାଯିବ । ଓଡିଶାରୁ ଯିବେ ନା ରାଜ୍ୟ ବାହାରୁ ଯିବେ ତାହା ସଂସଦୀୟ କମିଟି ନିଷ୍ପତ୍ତି ନେବେ । ବୋର୍ଡ ନିଗମ ପଦପଦବୀ ନେଇ ମଧ୍ୟ ଆଲୋଚନା ହୋଇଛି । ଆସନ୍ତା ୫ ଦିନରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି ।