ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା କଲା କିଏ ? ମେରୁଦଣ୍ଡରୁ ବାହାରିଲା ୯ଏମ୍‌ଏମ୍‌ ଗୁଳି

ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା କଲା କିଏ ? ହତ୍ୟାକାଣ୍ଡକୁ ନେଇ ଖୋଲୁଛି ରସହ୍ୟ , ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର । ମେରୁଦଣ୍ଡରୁ ବାହାରିଲା ୯ଏମ୍‌ଏମ୍‌ ଗୁଳି । ସବୁସ୍ଥିତିକୁ ନଜରରେ ରଖି ହତ୍ୟାକାଣ୍ଡର ଯୋଜନା କରିଥିଲେ ଦୁର୍ବୃତ୍ତ । ମର୍ଡରର ୪୮ ଘଣ୍ଟା ପରେ ବି ଅଭିଯୁକ୍ତଙ୍କ ସୁରାକ୍ ପାଉନି ପୋଲିସ । ହତ୍ୟା ପଛରେ ସୁପାରି କିଲର କି ? ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସ ତାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି l ଛୁଟି ବାତିଲ କରି ବ୍ରହ୍ମପୁର ଏସପି ଡ଼କ୍ଟର ସର୍ବଣା ବିବେକ ଏମ ଫେରିଆସିଛନ୍ତି l ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚିବା ପାଇଁ ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ଗଠନ ହୋଇଛି ୬ଟି ଟିମ । ଘଟଣାସ୍ଥଳରୁ ସାଇଣ୍ଟିଫିକ୍ ଟିମ ଗୁଳି ଓ ଖୋକା ସହ ଅନ୍ୟ ତଥ୍ୟ ସଂଗ୍ରହ କରିଛନ୍ତି। ସିସିଟିଭି ଫୁଟେଜ ଜବତ କରାଯାଇଛି ।ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ ପ୍ରକାଶ । ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ତେବେ ରାଜନୈତିକ ନା ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି, ତାର କରଣ ଖୋଜୁଛି ପୋଲିସ । ରାତି ପ୍ରାୟ ୧୦ ଟା ସମୟରେ ବୈକୁଣ୍ଠନଗରରେ ଥିବା ତାଙ୍କ ଘର ନିକଟରେ ଦୁର୍ବୃତ୍ତମାନେ ଗୁଳି କରିଥିଲେ । ଘରକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ଦୁଇ ଜଣ ବାଇକରେ ଆସି ତାଙ୍କୁ ଅଟକାଇବା ପରେ ଅତର୍କିତ ଗୁଳି କରିଥିଲେ । କେଉଁ ପିସ୍ତଲରୁ ଗୁଳି ଫୁଟିଥିଲା ତାହା ସୁନିଶ୍ଚିତ କରିବା ପାଇଁ ମେଟାଲିକ ପ୍ରୋଜେକଟାଇଲ ଭୁବନେଶ୍ୱର ଫରେନସିକ ଲାବକୁ ପଠାଯିବ ।