ବିଜେପି ପକ୍ଷରୁ ପାରାଦୀପ ପୌର ପରିଷଦ ୧୧ ନମ୍ୱର୍ ୱାର୍ଡ ରେ ମିଶ୍ରଣ ପର୍ବ

ପାରାଦୀପ ତା 30/3/26 ପାରାଦୀପ ଗୋପାଳ ଜୀଉ କଲୋନୀ ୧୧ ନମ୍ୱର୍ ୱାର୍ଡ ରେ ଭାରତୀୟ ଜନତା ପାର୍ଟି ବିଜେପି ପକ୍ଷରୁ ରବିବାର ଦିନ ମିଶ୍ରଣ ପର୍ବ ମହା ଆଡମ୍ବରରେ ପାଳନ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର୍ ଙ୍କ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମାନ୍ୟବର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା l ଏହି ମିଶ୍ରଣ ପର୍ବ ରେ ପାରାଦୀପ ପୌର ପରିଷଦ ୯ ୱାର୍ଡ ପାରିଷଦ ତଥା ପାରାଦୀପ ବିଜେପି ନଗର ମଣ୍ଡଳ ସଭାପତି ସୁବ୍ରତ ପ୍ରଧାନ ଯୋଗ ଦେଇ ଥିବା ବେଳେ ମନ୍ତ୍ରୀଙ୍କ ପ୍ରତିନିଧି ସର୍ବେଶ୍ଵର ବଳିୟାର ସିଂହ ଓ ବହୁ ପଦା ଧିକାରୀ ଯୋଗ ଦେଇଥିବା ବେଳେ ବିଜେପି ଉନ୍ନତ ମୂଳକ କାର୍ଯ୍ୟ ଧାରା ଓ ପାରାଦୀପ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଙ୍କ ଲୋକ ପ୍ରୀୟତାରେ ଅନୁପ୍ରାଣିତ ହୋଇ ୧୧ ୱାର୍ଡ ର ୧୫୦ ଶହ ରୁ ଉର୍ଦ୍ଧ ଲୋକ ବିଜେପି ରେ ସାମିଲ ହୋଇ ଥିଲେ l ବିଜେପିରେ ମିଶିଥିବା ସମସ୍ତ ଲୋକଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ବିଜେପି ର ମଞ୍ଚରେ ଉପସ୍ଥିତ ସମସ୍ତ ଅତିଥି ମାନେ ସ୍ବାଗତ କରିଥିବା ଦେଖା ଯାଇଥିଲା l କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ HRTV ଓଡ଼ିଆ