ବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ଓ ସାଇବର ସୁରକ୍ଷା ସଚେତନତା ଶିବିର
ଗଣିଆ -(ବିଶ୍ୱରଂଜନ ସେଠି)ସୋମବାର ଦିନ ଗଣିଆସ୍ଥିତ ସାଇବର ସୁରକ୍ଷା ଶ୍ରୀ ଶ୍ରୀ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ଏବଂ ସାଇବର ସୁରକ୍ଷା ସଚେତନତା କାର୍ଯକ୍ରମ ପାଳନ ହୋଇ ଯାଇଛି। ପ୍ରଥମେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ଏଡ଼ସ ସଚେତନତା ଶୋଭାଯାତ୍ରା ହେଲା ପରେ କଲେଜ ପରିସରରେ ସଚେତନତା କାର୍ଯକ୍ରମ କରାଯାଇଥିଲା । ଅଧ୍ୟକ୍ଷା ଶ୍ରୀମତୀ ସଳିଲା ସେଠୀ ଏଡ଼ସ ରୋଗ ର କାରଣ ଓ ନିରାକରଣ ବିଷୟରେ କହିଥିଲା ବେଳେ ଯୁବ ରେଡକ୍ରସ୍ ପରାମର୍ଶଦାତା ପ୍ରଦ୍ୟୁମ୍ନ କୁମାର ବଘାର ଏଡ଼ସ ରୋଗର ସାଂପ୍ରତିକ ଭୟାବହତା ଓ ସଚେତନତା ର ସାରଗର୍ଭିତ ତଥ୍ୟ ମାନ ଆଲୋଚନା କରିଥିଲେ।

ଏହାପରେ ଆୟୋଜିତ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଖଣ୍ଡପଡ଼ା ସବ-ଡିଭିଜନାଲ ପୋଲିସ୍ ମୁଖ୍ୟ ମଦନ ମୋହନ ପ୍ରଧାନ ଓ ସମ୍ମାନିତ ବକ୍ତା ଭାବରେ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଉପସ୍ଥିତ ରହି ସାଇବର ସୁରକ୍ଷା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ରେ ବହୁମୂଲ୍ୟ ଉପଦେଶ ଦେଇଥିଲେ। ଉକ୍ତ କାର୍ଯକ୍ରମ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅନ୍ୟତମ ଅଧ୍ୟାପକ ଅଧ୍ୟାପିକା ଯଥା ସୁନିଲ ନାୟକ, ତାରିଣୀ ଆଚାର୍ଯ୍ୟ, ଅର୍ଚ୍ଚନା ବିଶୋଇ, ଧରାତ୍ମଜା ପ୍ରଧାନ, ପ୍ରସନ୍ନ ସାହୁ , ପ୍ରଫୁଲ୍ଲ କୁମାର ମହାରଣା,କର୍ମଚାରୀ ଭରତ ସାହୁ ଇତ୍ୟାଦି ସହୟୋଗ କରିଥିଲେ।
