ବିପର୍ଯ୍ୟୟ ମୁକାବିଲା ପାଇଁ ନିର୍ମାଣ ହେବ ବିପର୍ଯ୍ୟୟ ଭବନ
ଭୁସ୍ଖଳନ ରୋକିବାକୁ ମାଷ୍ଟର ପ୍ଲାନ ଆଣିବେ ରାଜ୍ୟ ସରକାର ।ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପାହାଡ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବ । ପଥର ଖସି ଯେଭଳି କାହାର ମୃତ୍ୟୁ ନହୁଏ ପ୍ରାଥମିକତା ଦିଆଯିବ । ତେବେ ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର । ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ନିର୍ମାଣ ହେବ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ । ବିପର୍ଯ୍ୟୟ ଆସିଲେ ସଂସ୍ଥା ଗୁଡିକ ପ୍ରଭାବିତ ହେବ । ଭୁବନେଶ୍ୱରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଖୋଲିବାକୁ ପ୍ରସ୍ତୁତି ସରିଛି । ୨୦୦ କୋଟି ଟଙ୍କାରେ ଦୁଇ ବର୍ଷ ମଧ୍ୟରେ ସଚିବାଳୟ ନିକଟରେ ବିପର୍ଯ୍ୟୟ ଭବନ ନିର୍ମାଣ ହେବ ।
