ବିବାହ କଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ

ବିବାହ ବନ୍ଧନରେ ବାନ୍ଧି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ଅରୁଣ ନେଦରଲାଣ୍ଡରେ ବିବାହ କରିଛନ୍ତି । ଏନେଇ ତାଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ଅରୁଣଙ୍କ ବିବାହର ଫଟୋ ସେୟାର କରି ସୂଚନା ଦେଇଛନ୍ତି ।ଫଟୋରେ ଅରୁଣ ବିଦେଶୀ କନ୍ୟାଙ୍କ ସହ ନଜର ଆସିଛନ୍ତି। ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ।

ଏହି ବିବାହରେ ପ୍ରେମ ମଧ୍ୟ ଉପସ୍ଥିତ ଥିଲେ।ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ନାତି ତଥା ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ ପଟ୍ଟନାୟକ। ନିକଟରେ ଅରୁଣ ନବୀନ ନିବାସ ଆସିଥିଲେ।