ବିବାହ ବନ୍ଧନରେ ବାନ୍ଧି ହେଲେ ଅରବାଜ୍‌-ଶୁରା

ବଲିଉଡ ନାୟକ ଅରବାଜ ଖାଁ ତାଙ୍କ ଗର୍ଲଫ୍ରେଣ୍ଡ ଶୌରା ଖାନଙ୍କୁ ବିବାହ କରଛନ୍ତି। ଏହା ହେଉଛି ଅଭିନେତାଙ୍କର ଦ୍ୱିତୀୟ ବିବାହ, ଏହା ପୂର୍ବରୁ ସେ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ କିନ୍ତୁ ଏହି ଦମ୍ପତିଙ୍କର ଛାଡପତ୍ର ହୋଇସାରିଛି। ତାଙ୍କ ପୁଅ ଅରହାନ ମଧ୍ୟ ଅରବାଜ ଖାନଙ୍କ ଦ୍ୱିତୀୟ ବିବାହରେ ଯୋଗ ଦେଇଥିଲେ।ଅରବାଜ ଖାନ ଏବଂ ଶୁରା ବର୍ତ୍ତମାନ ସାତ ଜନ୍ମର ସାଥି ହୋଇଛନ୍ତି। ଭଉଣୀ ଅର୍ପିତାଙ୍କ ଘରେ ଏହି ଦମ୍ପତି ବିବାହ କରିଥିଲେ। କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ଅନେକ ଭିଡିଓ ସାମ୍ନାକୁ ଆସିଥିଲା। ​​ଯେଉଁଥିରେ ଅନେକ ସେଲିବ୍ରେଟ ଅର୍ପିତା ଖାନଙ୍କ ଘରକୁ ଯାଉଥିବାର ଦେଖିବାକୁ ମିଳିଥିଲେ। ରବିନା ଟଣ୍ଡନ୍ ଇନଷ୍ଟାଗ୍ରାମ୍‌ରେ ଏହାର ଅନ୍‌ସିନ୍‌ ଭିଡିଓ ସେୟାର କରି ଅଭିନନ୍ଦନ ଜଣାଇ ଲେଖିଛନ୍ତି, ଅଭିନନ୍ଦନ, ଅଭିନନ୍ଦନ..ମୁଁ ତୁମ ଦୁହିଁଙ୍କ ପାଇଁ ବହୁତ ଖୁସି … ମୋର ପ୍ରିୟ ଶୁରା ଖାନ ଏବଂ ଅରବାଜ ଖାନ .. ପାର୍ଟି ତୋ ଅଭି ଶୁରୁ ହୁଇ ହୈ ମିସେସ ଓ ମିଷ୍ଟର ଶୁରା ଅରବାଜ ଖାନ…।

ଏହି ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ଉପସ୍ଥିତ ଥିଲେ। ତାଙ୍କ ବ୍ୟତୀତ ପୁଅ ଅରହାନ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।ଶୁରା ଖାନ୍ ଜଣେ ମେକଅପ୍ ଆର୍ଟିଷ୍ଟ। ସେ ଅନେକ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଶୋ’ରେ କାମ କରିଛନ୍ତି । ଶୁରା ମଧ୍ୟ ରବିନା ଟଣ୍ଡନଙ୍କ ସହ ଅତି ନିକଟତର ଏବଂ ଅଭିନେତ୍ରୀଙ୍କ ପର୍ସନାଲ ମେକଅପ୍ ଆର୍ଟିଷ୍ଟ । କୁହାଯାଉଛି ଯେ ଏହି ଦମ୍ପତି ଫିଲ୍ମ ‘ପାଟନା ଶୁକ୍ଲା’ର ସେଟରେ ଭେଟିଥିଲେ। ବର୍ତ୍ତମାନ ତାଙ୍କର ଦ୍ୱିତୀୟ ବିବାହ ପାଇଁ ପ୍ରଶଂସକମାନେ ଅରବାଜଙ୍କୁ ଅଭିନନ୍ଦନ ଜଣାଉଛନ୍ତି।