ବିବାହ ଭୋଜିରେ ସ୍ମୋକ ପାନ ଖାଇ ବାଳିକା ପେଟର ହେଲା ଅସ୍ତ୍ରୋପଚାର

ସ୍ମୋକ ପାନର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପାନ ପାଇଁ ସ୍ବତନ୍ତ୍ର ଦୋକାନ ଖୋଲି ଗଲାଣି। ଏଥିସହିତ କୌଣସି ମେଳା ହେଉ ଅବା ବିବାହ ଭୋଜିରେ ସ୍ମୋକ ପାନର ଯଦି ଷ୍ଟଲ ପଡ଼ିଛି ତେବେ ସେଠାରେ ଲୋକଙ୍କ ଭିଡ଼ ଜମି ଯାଇଥାଏ। ତେବେ ବେଙ୍ଗାଲୁରୁରେ ଏକ ବିବାହ ସମାରୋହରେ ଜଣେ ୧୨ ବର୍ଷୀୟ ନାବାଳିକା ସ୍ମୋକ୍ ପାନ ଖାଇବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି।

ନାବାଳିକାଙ୍କ ପେଟରେ ଅନ୍ତନଳୀରେ କଣା ହୋଇଯିବାରୁ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ତାଙ୍କର ଅସ୍ତ୍ରୋପଚାର କରିବାକୁ ପଡିଲା। ନାବାଳିକା ଜଣକ କାର୍ଯ୍ୟକ୍ରମରେ ସ୍ମୋକ୍ ପାନ ଖାଇଥିଲେ।ଡାକ୍ତର ବିଜୟ ଏଚ ଏସଙ୍କ ନେତୃତ୍ବରେ ବାଳିକାଙ୍କ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ଦ୍ବାରା ପେଟ ଭିତରେ ହୋଇଥିବା ଛିଦ୍ରକୁ ହଟାଇ ଦିଆଯାଇଥିଲା। ବାଳିକା ଜଣକ ଅସ୍ତ୍ରୋପଚାର ପରେ ଦୁଇଦିନ ଆଇସିୟୁରେ ରହିଥିଲେ। ଗୋଟିଏ ଦିନ ବେଡକୁ ଆସିବା ପରେ ତାଙ୍କୁ ଘରକୁ ଛୁଟି କରି ଦିଆଯାଇଥିଲା।