ବିମାନବନ୍ଦରରୁ କମାଲ ଆର୍ ଖାନଙ୍କୁ ଗିରଫ କଲା ପୋଲିସ

ସିନେମା ଅଭିନେତା ତଥା ନିର୍ଦ୍ଦେଶକ କମାଲ ଆର୍ ଖାନ୍‌ଙ୍କୁ ୨୦୧୬ର ଏଖ ପୁରୁଣା ମାମଲାର ଗିରଫ କରିଛି ମୁମ୍ବାଇ ପୁଲିସ। ଏନେଇ ଖାନ୍ ସୋମବାର ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।କେଆରକେ କହିଛନ୍ତି ସେ ନୂଆବର୍ଷ ପାଳନ କରିବାକୁ ଦୁବାଇ ଯାଉଥିଲେ ଏବଂ ଏହି ସମୟରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ଗିରଫ ପାଇଁ ଅଭିନେତା ସଲମାନ ଖାନଙ୍କ ହାତ ଥିବା କହିଛନ୍ତି।ଏଥିସହିତ ସେ ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଯଦି ତାଙ୍କର ମୃତ୍ୟୁ ହୁଏ ତେବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଲୋକେ ଭାବିବେ।ଏନେଇ ସେ କହିଛନ୍ତି “ମୁଁ ଗତ ବର୍ଷେ ପାଇଁ ମୁମ୍ବାଇରେ ରହୁଛି। ଏବଂ ମୁଁ ମୋର ସମସ୍ତ କୋର୍ଟ ତାରିଖରେ ନିୟମିତ ଯୋଗଦେଉଛି। ନୂଆ ବର୍ଷ ପାଇଁ ମୁଁ ଆଜି ଦୁବାଇ ଯାଉଥିଲି। କିନ୍ତୁ ବିମାନବନ୍ଦରରେ ମୁମ୍ବାଇ ପୋଲିସ ମୋତେ ଗିରଫ କରିଛି।

ପୋଲିସର କହିବାନୁସାରେ, ୨୦୧୬ ମାମଲାରେ ମୋତେ ଗିରଫ କରାଯାଇଛି। ସଲମାନ ଖାନ କହୁଛନ୍ତି ଯେ ତାଙ୍କ ଫିଲ୍ମ ଟାଇଗର-୩ ମୋ ପାଇଁ ଫ୍ଲପ ହୋଇଛି। ଯଦି ମୁଁ ପୋଲିସ ଷ୍ଟେସନରେ କିମ୍ବା ଜେଲରେ କୌଣସି ପରିସ୍ଥିତିରେ ମରିଯାଏ, ତେବେ ଆପଣମାନେ ସମସ୍ତେ ଜାଣିବେ ଯେ ଏହା ଏକ ହତ୍ୟା। ଏବଂ ଆପଣ ସମସ୍ତେ ଜାଣନ୍ତି ଯେ ଏଥିପାଇଁ କିଏ ଦାୟୀ ହେବେ।”କେଆରକେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭିନ୍ନ ଗଣମାଧ୍ୟମ ସଂଗଠନକୁ ମଧ୍ୟ ଏହି ପୋଷ୍ଟରେ ଟ୍ୟାଗ କରିଛନ୍ତି।