ବିରାଟ କୋହଲି ଓ ତାଙ୍କ ପତ୍ନୀଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ

ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ଏହି ପ୍ରତିଷ୍ଠା ରେ ଯୋଗ ଦେବା ପାଇଁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନିମନ୍ତ୍ରଣ ମିଳିଛି।ଏହାପୂର୍ବରୁ ସୋମବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଥିଲା।

ସୋସିଆଲ ମିଡିଆରେ ଏକ ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପାଖାପାଖି ୮୦୦୦ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ |ସୂଚନାଯୋଗ୍ୟ,୨୨ ଜାନୁଆରୀରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ।କୋହଲି ହେଉଛନ୍ତି ପଞ୍ଚମ କ୍ରିକେଟର ଯାହାଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଆମନ୍ତ୍ରିତ କରାଯାଉଛି।