ବିରାଟ ରାଜା କିଏ ?ତାଙ୍କ ବିଷୟ ରେ କିଛି ରୋଚକ ତଥ୍ୟ

ବିରାଟ ରାଜା ଜଣେ ସୁଶାସକ, ବୀର ,ନ୍ୟାୟବାନ, ଓ ଧର୍ମପରାୟଣ ବ୍ୟକ୍ତିଥିଲେ ବୋଲି ଭଗବାନ କୃଷ୍ଣ ଅଜ୍ଞାତ ବନବାସ ସମୟରେ ପାଣ୍ଡବ ମାନଙ୍କୁ ଏହି ରାଜ୍ୟକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ।ସେ ଥିଲେ ଶୈବ ଭକ୍ତ ।ବିରାଟ ରାଜା ନଅର ଚତୁଃ ପାର୍ଶ୍ଵରେ ପ୍ରସ୍ତରକୁ ତାଡି ବିରାଟ ଗଡଖାଇ ନିର୍ମାଣ କରାଯାଇଥିଲା ,ଯାହାର କିଛି ଅଂଶ ଏବେ ବି କେଦାରେଶ୍ୱର ଶିବ ମନ୍ଦିର ଠାରୁ ମୁଣ୍ଡମାଳ ଗ୍ରାମ ଯାଏଁ ଲମ୍ବି ରହିଛି ।

ଅନ୍ୟତ୍ର ପୋତି ହୋଇଗଲାଣି ।ଖନନ ହେଲେ ବହୁ ତଥ୍ୟ ଉଦ୍ଧାର ହୁଅନ୍ତା ।ପୁନଶ୍ଚ ସେ ଏହି ଗଡ ଖାଇର ଚତୁଃ ପାର୍ଶ୍ଵରେ ଆଠଗୋଟି ଶିବ ମନ୍ଦିର ନିର୍ମାଣ କରାଇଥିଲେ ।ଏହାକୁ ଅଷ୍ଟଶମ୍ଭୂ କହନ୍ତି ।କୁହାଯାଏ ଯେ ,ରାଜା ପ୍ରତିଦିନ ଅଷ୍ଟଶମ୍ଭୁ ଦର୍ଶନ ନ କଲେ ଭୋଜନ ଗ୍ରହଣ କରୁନଥିଲେ ।

ଏଥିରୁ ତାଙ୍କ ଶିବ ବ୍ୟକ୍ତିର ପ୍ରମାଣ ମିଳେ ।ଏହି ଅଷ୍ଟଶମ୍ଭୁ ଗୁଡ଼ିକ ହେଲେ , ଉତ୍ତରେଶ୍ୱର, ମଣିନାଗେଶ୍ୱର, କେଦାରେଶ୍ୱର, ଝୋଟେଶ୍ୱର, ବାଲୁଙ୍କେଶ୍ୱର, ବଟେଶ୍ଵର,ଚାଟେଶ୍ୱର,କପାଲେଶ୍ୱର।।ଏମାନେ ବହୁ ପ୍ରତେକ୍ଷ ଦେବତା ଅଟନ୍ତି ।ଭକ୍ତମାନେ ଅଧିଆ ପଡ଼ି ବହୁ ଦୁଃସାଧ୍ୟ ରୋଗରୁ ମୁକ୍ତି ହେଉଛନ୍ତି ।