ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିଛି ପ୍ରଶ୍ନକାଳ

ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ । ଆଜି ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କାରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମସ୍ୟ ଓ ପ୍ରାଣୀ ସମ୍ପଦ, ଶକ୍ତି, ସମବାୟ, ବୟନ ଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତ ଶିଳ୍ପ, ସୁକ୍ଷ୍ମ, ଖୁଦ୍ର ଓ ମାଧ୍ୟମ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ ଉତ୍ତର ଆଲୋଚନା ରହିଛି ।ପ୍ରଶ୍ନକାଳ ଆରମ୍ଭରୁ ଗୃହରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି ା ନାରୀ ସୁରକ୍ଷା, ଗଣତନ୍ତ୍ର ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ପୋଡିୟମ ତଳକୁ ଆସି ନାରାବାଜି କରିଛି । କୃଷି ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ବିରୋଧୀମାନେ ହୋହଲ୍ଲା କରିଛନ୍ତି । ତେବେ ହଟ୍ଟଗୋଳ ଭିତରେ ଚାଲିଛି ପ୍ରଶ୍ନକାଳ ।