ବିଲୁପ୍ତ ପଥରେ ବାଇଚଢ଼େଇ ଓ ତା” ବସା , ଲୋପ ପାଇଲେଣି ବାଇଚଢ଼େଇ ।
ନୟାଗଡ଼ (ବିଶ୍ୱରଞ୍ଜନ ସେଠୀ ) ଧିରେ ଧିରେ ଲୋପ ପାଇବାକୁ ବସିଲେଣି ବାଇ ଚଢେଇ ପକ୍ଷୀ ଶୁଭୁନି ଆଉ ତାଙ୍କ କିଚିରି ମିଚିରି ଶବ୍ଦ । ବାସ୍ ନାଁ ଶୁଣି ଦେଲେ ହିଁ ମନରେ ଭରି ଯାଏ ଅସୁମାରୀ ଆନନ୍ଦ । ବାଇ ଚଢେଇକୁ ନେଇ ରହିଛି ଅନେକ କାହାଣୀ । ଗପ, ଗୀତ, କାହାଣୀ ସବୁଠି ସ୍ଥାନ ପାଇଛି ପ୍ରକୃତିର ଏହି କୁନି ଚଢେଇ । ହେଲେ ପ୍ରକୃତିର ଶୋଭା ମଣ୍ଡନ କରୁଥିବା ବାଇଚଢେଇ ଏବେ ଧିରେ ଧିରେ ଲୋପ ପାଇବାକୁ ବସିଲେଣି ।
ଦିନଥିଲା ବାଇ ଚଢେଇଙ୍କ କିଚିରି ମିଚିରି ଶଦ୍ଦରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ । ହେଲେ ସମୟର ଗତିଚକ୍ରରେ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି ଏହି ଚଢେଇ । ଶୁଭୁନି ଆଉ ସେମାନଙ୍କ କିଚିରି ମିଚିରି ଶଦ୍ଦ । ହେଲେ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏହି ବିଲୁପ୍ତ ପକ୍ଷୀ ବାଇଚଢେଇ ଏବଂ ସେମାନଙ୍କ ଆକର୍ଷଣୀୟ ମନଲୋଭା ବସା ।ବାଇଚଢେଇ ବସା ହିଁ ତାହାର ପରିଚୟ ସୃଷ୍ଟି କରେ ।
ସାଧାରଣତଃ ବର୍ଷା ଦିନେ ବାଇଚଢେଇ ବଡ ବଡ ଗଛରେ ବସାବାନ୍ଧିବାକୁ ଭଲ ପାଏ । ଝଡି ବର୍ଷା ବି କିଛି ବି କ୍ଷତି କରିପାରିନେ ତାର ବସାକୁ । ଆଉ ପୂର୍ବରୁ ଲୋକେ ବାଇ ଚଢେଇ ରାବରୁ ହିଁ ପ୍ରାକୃତିକ ବିପର୍ଯ୍ୟୟର ପ୍ରାକ୍ ସୂଚନା ପାଇ ପାରୁଥିଲେ । ତେଣୁ ଲୋକେ ସତର୍କ ରହୁଥିଲେ ବୋଲି ଲୋକମତ ରହିଛି । ସେହିପରି ରୋଗ ପୋକକୁ ମଧ୍ୟ ଦମନ କରିଥାଏ ଏହି କୁନି ଚଢେଇ । ତେଣୁ ଏହାକୁ କୃଷକର ବନ୍ଧୁ ବୋଲି ମଧ୍ୟ କୁହାଯାଏ । ଏହାର ବଂଶ ବିସ୍ତାର ପାଇଁ ସରକାର ତପ୍ତର ହେବା ଜରୁରୀ ବୋଲି ଜନସାଧାରଣାରେ ମତ ପ୍ରକାଶ ପାଇଛି ।