ବିଳାସପୁରରେ ଟ୍ରେନ ଦୁର୍ଘଟଣା, ମାଲବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର, ୧୦ ମୃତ

ଛତିଶଗଡ଼ର ବିଳାସପୁରରେ ବୁଧବାର ଭୟଙ୍କର ଟ୍ରେନ୍ ଦୁର୍ଘଟଣା ।ଲାଲଖାଦନ ନିକଟସ୍ଥ ଜୟରାମନଗର ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ହାଓଡ଼ା ରୁଟ୍ ରେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ଟ୍ରେନ୍ ମାଲବାହୀ ଟ୍ରେନ୍ ସହିତ ଧକ୍କା ହୋଇଛି। ଫଳରେ ମାଲବାହୀ ଟ୍ରେନ୍ ର ଅନେକ ବଗି ଲାଇନଚ୍ୟୁତ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି।ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ରେଲୱେ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳକୁ ଯାଇଛି । କ୍ରେନ ଓ କଟର ବ୍ୟବହାର କରି ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେଇଛନ୍ତି ।ଖବର ଅନୁସାରେ, ମେମୁ ଟ୍ରେନ୍ କୋରବାରୁ ବିଳାସପୁର ଅଭିମୁଖେ ଯାଉଥିଲା। ସେଭଳି ମାଲଗାଡିଟି ବିଳାସପୁରରୁ ଆସୁଥିଲା। ବିଳାସପୁର ରେଲଓ୍ବେ ଷ୍ଟେସନ୍ ନିକଟସ୍ଥ ଲାଲ ଖାଦାନ ପାଖରେ ଦୁଇଟି ଟ୍ରେନ୍ ଗୋଟିଏ ଟ୍ରାକ୍‌କୁ ଚାଲି ଆସିଥିଲେ, ଫଳରେ ମୁହାଁମୁହିଁ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଏହାର ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ପାସେଞ୍ଜର ଟ୍ରେନଟି ମାଲଗାଡି ଉପରେ ଚଢି ଯାଇଥିଲା। ଯାଞ୍ଚ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି।