ବିଶିଷ୍ଟ ସମାଜ ସେବୀଙ୍କ ପରଲୋକ , ଅଞ୍ଚଳରେ ଶୋକରଛୟା

ଗଣିଆ, ( ବିଶ୍ୱରଂଜନ ସେଠି): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅଧିନସ୍ଥ ଆଡ଼କଟା ଗ୍ରାମର ଜଣେ ବିଶିଷ୍ଟ ସମାଜସେବୀ ତଥା ପରୋପକାରୀ ବ୍ୟକ୍ତିତ୍ୱ ଭାବେ କାଶୀନାଥ ବାରିକି ବେଶ୍ ଜଣାଶୁଣା ଥିଲେ। ଶ୍ୱାସ ରୋଗରେ ପୀଡିତ ଅବସ୍ଥାରେ ଚିକିତ୍ସା ପାଈଁ ଯାଉଥିବା ସମୟରେ ଖୋର୍ଦ୍ଧା ନିକଟରେ ପ୍ରାଣ ତ୍ୟାଗ କରିଥିଲେ l ୭୨ ବର୍ଷ ବୟସ ରେ ତାଙ୍କର ପରଲୋକ ହୋଇଥିଲା l ଖବର ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସେ ଅଞ୍ଚଳର ବିଭିନ୍ନ ସାମାଜିକ କାର୍ଯ୍ୟ, ବିଶେଷ କରି ଶିକ୍ଷା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଜଡ଼ିତ ଥିଲେ। ସେ ଅଡକଟା ସ୍ଥିତ ବନମାଳୀ ବାରିକ ଉଚ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇବା ସହିତ ଆଡକଟା ଡିଗ୍ରୀ କଲେଜ ର ଅଧକ୍ଷ ଭାବେ କାର୍ଯ୍ୟ ତୁଲାଇ ଥିଲେ l ଏଥିସହ ସେ ଜଣେ ରାଜନୈତିକ ସହ ସ୍ୱାସ୍ଥ୍ୟ, କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ l ସେ ଜାତୀୟ ଗ୍ରାମୀଣ ବିକାଶ ପରିଷଦ ସ୍ବେଛାସେବୀ ସଂଗଠନ ର ସଭାପତି ତଥା ଗ୍ରାମ ସଭାପତି ଭାବେ କର୍ତ୍ତବ୍ୟ ସମ୍ପାଦନ କରିଥିଲେ l ଏବଂ ସେ ସ୍ବର୍ଗତ ସ୍ୱାସ୍ଥ୍ୟ ବିଭାଗ କ୍ୟାବିନେଟ ମନ୍ତ୍ରୀ ହରିହର କାରଣ ଙ୍କ ମାମୁ ପୁଅ ଭାଇ ଥିଲେ lତାଙ୍କର ମେଳାପୀ ସ୍ୱଭାବ ପାଇଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଓ ଗ୍ରାମବାସୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶେଷ ଦର୍ଶନ କରିଥିଲେ ।ତାଙ୍କୁ ନିଜ ଵାସ ଭବନ ଆଡକଟା ସ୍ଥିତ ଗାଁ ସ୍ମଶାନ ରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇ ଥିଲା