ବିଶ୍ବ ପର୍ଯ୍ୟଟନ ଦିବସ
ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ସମଗ୍ର ବିଶ୍ୱରେ ସଂସ୍କୃତି ଏବଂ ଐତିହ୍ୟର ସଂରକ୍ଷଣ ତଥା ପ୍ରଚାରରେ ପର୍ଯ୍ୟଟନର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମିଳିତ ଜାତିସଙ୍ଘର ସଂଗଠନ ଦ୍ବାରା ବିଶ୍ୱ ପର୍ଯ୍ୟଟନ ଦିବସର ଆୟୋଜନ ପ୍ରତିବର୍ଷ କରାଯାଇଥାଏ ।: ପ୍ରତିବର୍ଷ ସେପ୍ଟେମ୍ବର ୨୭ରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ ହୋଇ ଆସୁଛି। ୧୯୮୦ରେ ପ୍ରଥମଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା। ବିଶ୍ବର ବିଭିନ୍ନ ଦେଶର ଲୋକଙ୍କୁ ପରସ୍ପରର ନିକଟତର ହେବାର ସୁଯୋଗ ଦେବା, ଅର୍ଥନୀତିକୁ ଶକ୍ତିଶାଳୀ କରିବା ସହ ସାଂସ୍କୃତିକ ସମ୍ପର୍କକୁ ମଜଭୁତ୍ କରିବା ଏହି ଦିବସ ବାର୍ତ୍ତା ପ୍ରଦାନ କରିଥାଏ। ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ପ୍ରକୃତି କୋଳରେ ବିତାଇବା ଲାଗି ଅନେକ ଆଗ୍ରହ ପ୍ରକାଶ କରୁଛନ୍ତି। ଜଙ୍ଗଲ, ଝରଣା, ନଦୀ, ସମୁଦ୍ରତଟରେ କିଛି ସମୟ ଅତିବାହିତ କରି ଆନନ୍ଦ ଖୋଜୁଛନ୍ତି, ଶାନ୍ତି ଲୋଡୁଛନ୍ତି। ଫଳରେ ରାଜ୍ୟରେ ପରିବେଶ ପର୍ଯ୍ୟଟନ (ଇକୋ-ଟୁରିଜିମ୍) ଅଧିକରୁ ଅଧିକ ସମୃଦ୍ଧ ହୋଇଛି। ଲୋକଙ୍କ ଆଗ୍ରହ ଓ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରିବେଶ ପର୍ଯ୍ୟଟନସ୍ଥଳର ବିକାଶକୁ ଅଗ୍ରାଧିକାର ଦେଇଛନ୍ତି।ପର୍ଯ୍ୟଟନ ଅନେକ ଲୋକଙ୍କୁ ନିଯୁକ୍ତି ଦେଇଥାଏ । ଯେକୌଣସି ଦେଶର ସାଂସ୍କୃତିକ ଐତିହ୍ୟ ମଧ୍ୟ ପର୍ଯ୍ୟଟନ ଦ୍ୱାରା ଉତ୍ସାହିତ ହୋଇଥାଏ । ପର୍ଯ୍ୟଟନ ସହିତ ଜଡ଼ିତ ଥିବା ଲୋକଙ୍କ ପାଇଁ ବିଶ୍ୱ ପର୍ଯ୍ୟଟନ ଦିବସ ଅତ୍ୟନ୍ତ ସ୍ୱତନ୍ତ୍ର ।
