ବିଶ୍ୱର ସବୁଠାରୁ ଡେଙ୍ଗା ପୋଲିସ। ଯାହାଙ୍କୁ ଦେଖିଲେ ଭୟରେ ଥରୁଛନ୍ତି ଚୋର।

ଏ ହେଉଛନ୍ତି ୭ ଫୁଟ ୬ ଇଞ୍ଚ ଉଚ୍ଚତାର ଡେଙ୍ଗା ପୋଲିସ କର୍ମଚାରୀ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା। ହଁ, ଆମେ କହୁଛୁ ପଞ୍ଜାବ ଅମୃତସରରେ କାର୍ଯ୍ୟ କରୁଥିବା ଜଣେ ଟ୍ରାଫିକ କର୍ମଚାରୀଙ୍କ କଥା। ଜଗଦୀପ୍ ସିଂ ଯାହାଙ୍କ ନାଁ ଶୁଣିବା ସହ ଯିଏ ତାଙ୍କୁ ଦେଖୁଛି ସିଏ ଡରୁଛି। ଦୀର୍ଘ ୨୦ ବର୍ଷ ଧରି ପୋଲିସ ଅଫିସର ଭାବେ କାର୍ଯ୍ୟରତ ଥିବାବେଳେ ସେ ସେହି ଅଞ୍ଚଳର ଜଣେ ଲୋକାଲ ସେଲିବ୍ରିଟି ଭାବେ ବେଶ ଜଣାଶୁଣା।

ପିଲାଟିଦିନରୁ ତାଙ୍କର ଲମ୍ୱା ଚେହେରା ପାଇଁ ସେ ସମସ୍ତଙ୍କ ଭିତରେ ବାରି ହୋଇପଡୁଥିଲେ। ତାଙ୍କ ଡେଙ୍ଗା ଉଚ୍ଚତା ଯୋଗୁଁ ସମସ୍ତେ ତାଙ୍କୁ ଟିଭି ଟାୱାର ବୋଲି ଡାକୁଥିଲେ। ଯେତେବେଳେ ସେ ରାସ୍ତାରେ ଡ୍ୟୁଟି କରନ୍ତି ତାଙ୍କ ଭୟରେ ଲୋକେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାକୁ ଇଛା ବି ନ କରନ୍ତି। ଜଗଦୀପଙ୍କ ଉଚ୍ଚତା ପାଇଁ ପଞ୍ଜାବରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିବା ଜଣାପଡିଛି।

ଏହି ପରିଚୟ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠାଇବାକୁ ଭଲପାଇଥାନ୍ତି। ଏବଂ ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଆନ୍ତି।