ବିଶ୍ୱର ସବୁଠୁ ମହଙ୍ଗା ସାବୁନ , ମୂଲ୍ୟ ୨ ଲକ୍ଷ ୭ ହଜାର ୮ଶହ ଟଙ୍କା

ଲେବାନନ୍‌ର ତ୍ରିପୋଲିଠାରେ ଏକ ଛୋଟ ପରିବାର ମାଲିକାନାରେ ଥିବା ଏକ କାରଖାନା ବିଶ୍ୱର ସବୁଠୁ ମହଙ୍ଗା ସାବୁନ ପ୍ରସ୍ତୁତ କରୁଥିବା ଦାବି କରିଛି । ସାବୁନର ମୂଲ୍ୟ ୨,୮୦୦ ଡଲାର, ଅର୍ଥାତ ହାରାହାରି ୨ ଲକ୍ଷ ୭ ହଜାର ୮ଶହ ଟଙ୍କା । ବାଦର୍‌ ହସନ ଆଣ୍ଡ ସନ୍ସ ଦ୍ୱାରା ପ୍ରସ୍ତୁତ ଏହି ହାତ ତିଆରି ସାବୁନର ନାଁ ‘ଖାନ୍‌ ଅଲ ସାବୁନ୍‌’ । ସେମାନେ ବିଭିନ୍ନ ପ୍ରକାର ବିଳାସବହୁଳ ସାବୁନ ପ୍ରସ୍ତୁତ କରୁଥିବା କହିଛନ୍ତି । ସାବୁନଟି କିଛି ଗ୍ରାମ୍‌ ହୀରା ପାଉଡର, ୧୭ ଗ୍ରାମ୍‌ ୨୪ କ୍ୟାରେଟ୍‌ ସୁନା, ଜୈବ ମହୁ, ଶୁଦ୍ଧ ଅଲିଭ୍‌ ତେଲ, ଖଜୁରି ଭଳି କିଛି ଦାମୀ ଉପାଦାନରେ ପ୍ରସ୍ତୁତ ହୋଇଛି ।

ସୂଚନାନୁଯାୟୀ , ଅନେକ ମହଙ୍ଗା ପ୍ରସାଧନ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ ତ୍ୱଚା ପାଇଁ ହିତକର ତୈଳ ଓ ପ୍ରାକୃତିକ ବାସ୍ନା ଆଦି ରହିଛି । ଦୁବାଇର କିଛି ସବୁଠୁ ମହଙ୍ଗା ଦୋକାନରେ ଏହି ହାତତିଆରି ବିଳାସବହୁଳ ସାବୁନ ବିକ୍ରି ହେଉଛି । କମ୍ପାନି କେବଳ ଅତ୍ୟନ୍ତ ଧନୀ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଏବଂ ସ୍ୱତନ୍ତ୍ର ଅତିଥିମାନଙ୍କୁ ମହଙ୍ଗା ପ୍ରସାଧନ ସାମଗ୍ରୀ ବିକ୍ରି କରେ । ୨୦୧୩ରେ କମ୍ପାନି ପ୍ରଥମେ ଏହି ମହଙ୍ଗା ସାବୁନ ପ୍ରସ୍ତୁତ କରିଥିଲା, ଯାହାକୁ କତାର୍‌ର ଫାଷ୍ଟ ଲେଡିଙ୍କୁ ଉପ-ହାର ଦେଇଥିଲା ।

ସାବୁନରେ ସୁନା ଓ ହୀରା ଗୁଣ୍ଡ ମିଶିଛି, ଯେଉଁଥିପାଇଁ ତାହା ସବୁଠୁ ମହଙ୍ଗା ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ବିଶ୍ୱର ଏହି ସବୁଠୁ ମହଙ୍ଗା ସାବୁନଟି ବେଶ ଦାମୀ ପନୀର ଖଣ୍ଡ ଭଳି ଦିଶୁଥିଲା । କିନ୍ତୁ ଏବେ ଏହାର ଲୁକ୍‌ରେ ଉନ୍ନତି ହୋଇଛି ।