ବିଶ୍ୱ ପଖାଳ ଦିବସରେ ମହକୁଛି ଘର, ହୋଟେଲ୍ ଓ ରେସ୍ତୋରାଁ

ପଖାଳ ଦିବସ ଏକ ପାରମ୍ପାରିକ ଉତ୍ସବ, ଯେଉଁଥିରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ।ଆଜି ହେଉଛି ମାର୍ଚ୍ଚ ୨୦ ତାରିଖ । ଗତ କିଛି ବର୍ଷ ଧରି  ସାରା ବିଶ୍ୱରେ ଓଡ଼ିଆମାନେ ଆଜିର ଦିନକୁ ପଖାଳ ଦିବସ ଭାବେ ପାଳନ କରୁଛନ୍ତି। ୨୦୧୧ ମସିହା ଠାରୁ ଆଗ୍ରହୀ ଓଡ଼ିଆ ଓ ଅଣଓଡ଼ିଆ ପଖାଳପ୍ରେମୀଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ପଖାଳ ଦିବସ ପାଳନ କରାଯାଇଥିଲା।

ଯାହା ଡିଜିଟାଲ ଦୁନିଆରେ ୨୦୧୫ ମସିହାରେ ପଖାଳ ଦିବସ ନେଇ ପ୍ରଥମେ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି। ରାଜ୍ୟ ଓ ରାଜ୍ୟ ବାହାରେ ତାରକା ହୋଟେଲମାନଙ୍କରେ ମଧ୍ୟ ଏହି ଓଡ଼ିଆ ଖାଦ୍ୟ ମେନୁରେ ସାମିଲ ହେଲାଣି ।ପଖାଳର ଆକ୍ଷରିକ ଅର୍ଥ ସଂସ୍କୃତ ଶବ୍ଦ ପ୍ରକ୍ଷାଳନ ବା ଓଡ଼ିଆ ଶବ୍ଦ ପଖାଳିବା (ଧୋଇବା) ରୁ ଅଣାଯାଇଥିବା କୁହାଯାଏ।