ବିଶ୍ୱ ରାଙ୍କିଙ୍ଗରେ ଭାରତୀୟ ପାସପୋର୍ଟ ୮୫ତମ ସ୍ଥାନକୁ ଖସିଲା
ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟକୁ ଏକ ଝଟକା ଲାଗିଛି । ବିଶ୍ୱ ରାଙ୍କିଙ୍ଗରେ ଭାରତୀୟ ପାସପୋର୍ଟ ୮୫ତମ ସ୍ଥାନକୁ ଖସିଯାଇଛି, ଯାହା ପୂର୍ବରୁ ଏହାର ସ୍ଥାନ ୮୦ତମ ଥିଲା ।ବର୍ତ୍ତମାନ, ଆମେରିକା ପାସପୋର୍ଟ ୧୨ ତମ ସ୍ଥାନକୁ ଖସି ଆସିଛି । ପୂର୍ବରୁ ଏହା ୧୦ତମ ସ୍ଥାନରେ ଥିଲା । ଭାରତୀୟ ପାସପୋର୍ଟର ରାଙ୍କିଂ ହ୍ରାସ ଯୋଗୁଁ, ଭାରତୀୟ ନାଗରିକମାନେ ଏବେ ବିଶ୍ୱର କେବଳ ୫୬ ରୁ ୫୯ ଦେଶକୁ ଭିସା ବିନା ଯାତ୍ରା କରିପାରିବେ । ସିଙ୍ଗାପୁର ନାଗରିକମାନେ ୧୯୩ ଦେଶକୁ, ଦକ୍ଷିଣ କୋରିଆ ନାଗରିକମାନେ ୧୯୦ ଦେଶକୁ, ଜାପାନୀ ନାଗରିକମାନେ ୧୮୯ ଦେଶକୁ ଏବଂ ଜର୍ମାନୀ, ଇଟାଲୀ, ସ୍ପେନ୍ ଏବଂ ସ୍ୱିଜରଲ୍ୟାଣ୍ଡର ନାଗରିକମାନେ ୧୮୭ ଦେଶକୁ ଭିସା ବିନା ଯାତ୍ରା କରିପାରିବେ । ତେବେ ସିଙ୍ଗାପୁର କ୍ରମାଗତ ଭାବରେ ଏହାର ପ୍ରଥମ ସ୍ଥାନ ବଜାୟ ରଖିଛି ।
