ବିଷ ପିଇ ଜୀବନ ହାରିଲେ ମହିଳା ହୋମଗାର୍ଡ
ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ଦୁଇ ମାସ ହେବ ସେ ଚନ୍ଦ୍ରଶେଖରପୁର ଥାନାରେ ନିଯୁକ୍ତ ହୋଇଥିଲେ ।ଗତକାଲି ବିଷପିଇ ଜାବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ୬ ମାସ ତଳେ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କପ ୨ ଟି ଛୁଆ ଅଛନ୍ତି । ମାତ୍ର ୩ ମାସ ତଳେ ଚାକିରିରେ ଯୋଗ ଦେଇଥିଲେ । ମାନସିକ ଦୁଶ୍ଚିନ୍ତାରୁ ଜୀବନ ହାରିଥିବା କହିଲେ ପରିବାର ଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଚେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରୁଛି ।
