ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ବିହାର ବିଧାନସଭାର ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। ଭୋଟ ଦେଇ ନେତା ବାଛିବେ ଜନତା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ ହେବ । ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।ଏହି ପର୍ଯ୍ୟାୟରେ କିଛି ହେଭିୱେଟ୍‌ ଲଢ଼ୁଛନ୍ତି । ସେମାନଙ୍କ ମଧ୍ୟରେ ତାରାପୁର ଆସନରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଲଖୀସରାୟରୁ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଏବଂ ରାଘୋପୁରରୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତଥା ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ରହିଛନ୍ତି । ଏନ୍‌ଡିଏ ତରଫରୁ ବିଜେପିର ୪୮ ପ୍ରାର୍ଥୀ, ଜେଡିୟୁର ୫୭, ଏଲ୍‌ଜେପି (ଆର୍‌)ର ୧୪ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଯାଉଛି । ଅନ୍ୟପକ୍ଷରେ ମହାମେଣ୍ଟ ତରଫରୁ ଏହି ପର୍ଯ୍ୟାୟରେ ଆର୍‌ଜେଡିର ୭୩, କଂଗ୍ରେସର ୨୪, ସିପିଆଇ (ଏମ୍‌ଏଲ୍‌)ର ୧୪, ଭିଆଇପିର ୫, ସିପିଆଇ(ଏମ୍‌)ର ୩ ଓ ସିପିଆଇର ୫ ସମେତ ଆଇଆଇପିର ୩ ପ୍ରାର୍ଥୀ ବି ଦୌଡ଼ରେ ରହିଛନ୍ତି ।