ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା,  ନଭେମ୍ବର ୬ ଏବଂ ୧୧ରେ ମତଦାନ

ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ବିହାର ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନଭେମ୍ବର ୬ ଏବଂ ୧୧ ତାରିଖରେ ମତଦାନ ହେବ ଏବଂ ନଭେମ୍ବର ୧୪ ତାରିଖରେ ଫଳାଫଳ ଘୋଷଣା କରାଯିବ। ବିହାରର ୨୪୩ ସିଟ୍ ପାଇଁ ନିର୍ବାଚନ ହେବ । ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି ।

ବିହାରରେ ପୋଲିଂ ବୁଥକୁ ମୋବାଇଲ ମନା କରାଯାଇଥିବା ବେଳେ ବାହାରେ ରଖିବା ବ୍ୟବସ୍ଥା କରାଯାଇଛି । ବିହାରରେ ମତଦାନ କରିବେ ୭ କୋଟି ୪୨ ଲକ୍ଷ ଭୋଟର । ପ୍ରଥମ ଥର ପାଇଁ ଭୋଟ ଦେବେ ୧୪ ଲକ୍ଷ ଭୋଟର । ସେମାନଙ୍କ ମଧ୍ୟରେ ପୁରୁଷ ମତଦାତାଙ୍କ ସଂଖ୍ୟା ୩ କୋଟି ୯୨ ଲକ୍ଷ ଏବଂ ମହିଳା ମତଦାତାଙ୍କ ସଂଖ୍ୟା ୩ କୋଟି ୫୦ ଲକ୍ଷ। ନିର୍ବାଚନ ପାଇଁ ୯୦ ହଜାର ୭୧୨ ମତଦାନ କେନ୍ଦ୍ର ହୋଇଛି। ୧୪ ଲକ୍ଷ ଭୋଟର ପ୍ରଥମ ଥର ଲାଗି ମତଦାନ କରିବେ। ତେବେ ପ୍ରଥମ ଥର ପାଇଁ ବିହାରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୨୦୦୫ ପରେ ଏପରି ହୋଇନାହିଁ। ୨୦୨୦ ରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ୨୦୧୫ ରେ ପାଞ୍ଚଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ତେବେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ବାହାର ରାଜ୍ୟରୁ ଆସିବେ |ସମସ୍ତ ୨୪୩ ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ| ପର୍ଯ୍ୟବେକ୍ଷକଙ୍କ ନାମ ଏବଂ ନମ୍ବର ECINET ରେ ଉପଲବ୍ଧ ହେବ