ବେଲପଡ଼ାପାଟଣା ଛାତ୍ର ମଅତ୍ୟୁ ଘଟଣାମୃତକଙ୍କ ପରିବାରକୁ ଭେଟିଲା ଜିଲା କଂଗ୍ରେସ କମିଟିମୃତକ ପରିବାରକୁ ୧କୋଟି ସହାୟତା ଓ ଜଣକୁ ଚାକିରୀ ଦାବୀ
ଗଣିଆ ( ବିଶ୍ୱରଂଜନ ସେଠି) ଶନିବାର ଅପରାହ୍ନରେ ମୃତ ଛାତ୍ରର ପରିବାରବର୍ଗଙ୍କୁ ଭେଟିଛି ନୟାଗଡ଼ ଜିଲା କଂଗ୍ରେସ ମଣ୍ଡଳ । ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୁଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ କୁମାର ମଲିକ ଓ ଜିଲା ସଭାପତି ରଣଜିତ ଦାଶଙ୍କ ସମେତ ଗଣିଆ କଂଗ୍ରେସ ସଭାପତି ହଲିମ ଖାଁ, ଦଶପଲା କଂଗ୍ରେସ ସଭାପତି, ନୂଆଗାଁ କଂଗ୍ରେସ ସଭାପତି, ଜିଲା ଛାତ୍ର ସଭାପତି ଶିବ ରଂଜନ ସାହୁ, କଂଗ୍ରେସ ଜିଲା ଉପସଭାପତି ସୁକ୍ତାନ୍ତ କୁମାର ଶତପଥି ଓ ଫକୀର ଚରଣ ମଲ୍ଲ, ସାଧାରଣ ସଂପାଦକ ଲଡ଼ୁକିଶୋର ଷଡଙ୍ଗି, ଉପସ୍ଥିତ ରହି ମୃତକ ପରିବାରକୁ ଆଶ୍ୱସନା ଦେଇଥିଲେ । ସୁଚନା ଥାଉକି ଗଣିଆ ଥାନା ଅନ୍ତର୍ଗତ ବେଲପଡ଼ାପାଟଣା ମଳିକ ସାହିର ବିଜୟ ମଳିକଙ୍କ ପୁତ୍ର ଭୋଳାନାଥ ମଳିକ(୧୦) ବେଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ୫ମଶ୍ରେଣୀ ଛାତ୍ର ବିଦ୍ୟାଳୟରୁ ନିଖୋଜ ଥିବାବେଳେ ଭୋଳାନାଥର ମୃତ ଦେହ ବେଲପଡ଼ାପାଟଣା ଗ୍ରାମ ନିକଟସ୍ଥ ମଙ୍ଗଳା ମନ୍ଦିର ନିକଟସ୍ଥ ଏକ କୂଅରୁ ଉଦ୍ଧାର ହୋଇଥିଲା । ପରିବାର ଲୋକ ପୁଅ ଭୋଳାନାଥକୁ ହତ୍ୟ କରାଯାଇ କୁଅରେ ଫିଙ୍ଗି ଦିଆଯାଇଥିବା ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ଘଟଣା ନେଇ ରାସ୍ତାରୋକଠାରୁ ଆରମ୍ଭ କରି ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହା ପଛରେ ଛୁଆଁ ଅଛୁଆ ଭେଦଭାବ ରହିଛି ବୋଲି କହିଥିଲେ । ଦଳିତ ବର୍ଗର ହୋଇଥିବାରୁ ଜାତି ଯୋଗୁଁ ଜୀବନ ଚାଲିଯାଇଥିବା କଂଗ୍ରେସର ପ୍ରତିନିଧି ମଣ୍ଡଳ କହିଛନ୍ତି । ଏପରିକି ମୃତକଙ୍କ ପରିବାରର ଭୋଳାନାଥ ଏକମାତ୍ର ପୁଅ ହୋଇଥିବାରୁ ଏକ କୋଟି ଅର୍ଥରାଶିର ସହାୟତା, ଭଉଣୀଙ୍କୁ ସରକାରୀ ଚାକୀରୀ ଦେବାକୁ ଜିଲାପାଳଙ୍କ ନିକଟରେ ଜିଲା କଂଗ୍ରେସ କମିଟି ତରଫରୁ ଦାବୀ କରାଯାଇଛି ବୋଲି ଜିଲା ସଭାପତି ଶ୍ରୀଯୁକ୍ତ ଦାସ କହିଛନ୍ତି । ଜିଲାପାଳଙ୍କୁ ଏକ ସପ୍ତାହ ଅର୍ଥାତ ଆସନ୍ତା ବୁଧବାର ପର୍ଯ୍ୟନ୍ତ ନିଷ୍ପତି ନେବାକୁ କୁହାଯାଇଛି । ଯଦିଓ ୭ଦିନ ମଧ୍ୟରେ ଦାବୀଗୁଡ଼ିକ ପୁରଣ ନକରାଯାଏ ତେବେ ବେଲପଡ଼ା ଗ୍ରାମରୁ ନୟାଗଡ଼ ଜିଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜିଲା କଂଗ୍ରେସ ଓ ରାଜ୍ୟ କଂଗ୍ରେସର ମିଳିତ ସହଯୋଗରେ ହଜାର ହଜାର କଂଗ୍ରେସ କର୍ମୀ ଜିଳାପାଳ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ପ୍ରଦେଶ କଂଗ୍ରେସ ଅନୁସୁଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ କୁମାର ମଲିକ ଚେତାବନୀ ଦେଇଛନ୍ତି ।
