ବେଲପଡ଼ା ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ବିଦ୍ୟାଳୟ ବନ୍ଦ।ଜିଲ୍ଲପାଳ ଓ ଏସପି ଙ୍କ ଉପସ୍ଥିତିରେ ଏକ ମାସ ପରେ ଖୋଲିଲା ବିଦ୍ୟାଳୟ।ପୁଲିସ

ଗଣିଆ – ( ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ ର ଅନ୍ତଘଟି ଅଚଳାବସ୍ଥା ଦୂର ହେଇଛି l ସୋମବାର ଦିନ ପୂର୍ବାହ୍ନ ସମୟେ ନୟାଗଡ ଜିଲ୍ଲାପାଳ ମଧୁମିତା ରଥ ଏବଂ ଏସପି ଏସ ସୁଶ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରାୟ ଏକ ମାସ ପରେ ସ୍କୁଲରେ ପଡ଼ିଥିବା ତାଲା ଖୋଲାଯାଇଥିଲା । ଏବଂ ସକାଳେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଥିବା ଯୋଗୁଁ ନିକଟସ୍ଥ ଶ୍ରୀ ଶ୍ରୀ ଦଧିବାମନ ଜୀୟୁ ହାଇସ୍କୁଲ ରେ ଛତ୍ର ଛତ୍ରୀଙ୍କ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା l ମୋଟ ୫୨ ଜଣ ଛତ୍ର ଛତ୍ରୀ ଙ୍କ ମଧ୍ୟରୁ ୫୦ ଜଣ ଛତ୍ର ଛତ୍ରୀ ପରୀକ୍ଷା ଦେଇଥିବା ବେଳେ ଦୁଇଜଣ ଅନୁପସ୍ଥିତ ରହିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ lସୁରକ୍ଷା ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଗତ ଫେବୃଆରୀ ୩ ତାରିଖରେ ପଞ୍ଚମ ଶ୍ରେଣୀ ଛାତ୍ର ଭୋଳାନାଥ ମଲ୍ଲିକଙ୍କ ମୃତଦେହ ସ୍କୁଲ ନିକଟସ୍ଥ ଏକ କୂଅରୁ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ଏବଂ ମଳିକ ସାହିର ବାସିନ୍ଦା ନ୍ୟାୟ ଦାବିରେ ଫେବୃଆରୀ ୪ ତାରିଖରେ ସ୍କୁଲରେ ତାଲା ପକାଇ ଥିଲେ।

ସ୍କୁଲ ଖୋଲିବା ସମୟରେ ମୃତ ଛାତ୍ରଙ୍କ ବାପା-ମାଆ ଓ ପରିବାର ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଦୁଇ ଜଣ ଙ୍କୁ ମିଶାଇ ୧୩ ଜଣଙ୍କୁ ଗିରଫ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ସେମାନଙ୍କୁ ସେଠାରୁ ଉଠାଇ ନେଇଥିବା ସୂଚନା ମିଳିଥିଲା । ଏହି ଘଟଣାକୁ ନେଇ ଗାଁର ଦୁଇ ସାହି ମଧ୍ୟରେ ମଧ୍ୟ ମତଭେଦ ଦେଖାଦେଇଥିଲା, ଯାହା ଫଳରେ ଗତ କିଛି ଦିନ ହେବ ସେଠାରେ ଚାପା ଉତ୍ତେଜନା ରହିଥିଲା। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସ୍କୁଲର ତାଲା ଭଙ୍ଗା ଯିବl ପରେ ପିଲାମାନଙ୍କ ପାଠପଢ଼ା ସ୍ୱାଭାବିକ କରିବା ପାଇଁ ପ୍ରୟାସ ଜାରି ରହିଥିଲା । ବିଦ୍ୟାଳୟ ର ତାଲା ଖୋଲିବା ପରେ ଗ୍ରାମବାସୀ ଓ ଶିକ୍ଷକ ଙ୍କ ଉପସ୍ଥିତ ରେ ଛତ୍ର ଛତ୍ରୀ ମନେ ବିଦ୍ୟାଳୟ କୁ ପ୍ରବେଶ କରିଥିଲେ l

ଘଟଣା ସ୍ଥଳରେ ନୟାଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମlଦାର , ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ଆର ଆଇ ବିରଞ୍ଚି ନାରାୟଣ ସାହୁ, ଡମ୍ବରୁ ଧର ହନାଙ୍ଗା,ଡି ଏସପି ସୁଦୀପ୍ତ ସାହୁ, ନିହାର ରଞ୍ଜନ ମହାନ୍ତି, ସଂଘମିତ୍ରା ନାୟକ, ଏସ ଡି ପି ଓ ମଦନ ମୋହନ ପ୍ରଧାନ, ଗଣିଆ ତହସିଲଦାର ଐଶ୍ୱର୍ଯ୍ୟl ପୃସେଠ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଲିପ୍ସା ନନ୍ଦ, ଆଇ ଆଇ ସି ନୟାଗଡ଼ ସଦର, ଆଇ ଆଇ ସି ନୂଆଗାଁ ଙ୍କ ସମେତ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରୀୟl, ଏସ ଆଇ ଶ୍ୟମ ସୁନ୍ଦର ପ୍ରଧାନ,ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l ଏ ନେଇ ଉତ୍ତେଜନା ନ ଉପୁଜିବା ପାଈଁ ଭୋଳାନାଥ ର ବାପା ବିଜୟ ମଳିକ ଓ ପରିବାର ସହ ଦୁଇ ସହଯୋଗୀ କୁ ମିଶାଇ ମୋଟ ତେର ଜଣଙ୍କୁ ଗିରଫ କରିବା ସହ କେଶ ନମ୍ବର ୨୮/୨୬ ରେ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ବିଚାର ବିଭାଗୀୟ ଅଦାଲତ କୁ ପଠାଇ ଦେଇଥିଲେ l ସେଠାରେ ବିଚାର ବିଭଗୀୟ ମାଜିଷ୍ଟ୍ରେଟ ଙ୍କ ଖାରଜ ହେବା ପରେ ହାଜତ କୁ ପଠାଈ ଦିଆ ଯାଇଥିବା ଗଣିଆ ଥାନା ଅଧିକାରୀ ସୂଚନା ଦେଇଥିଲେ l ସ୍ଥିତି କୁ ନିୟନ୍ତ୍ରଣl ଧୀନ ରଖିବା ପାଈଁ ପୋଲିସ ସ୍ଥାନୀୟ ଅଞ୍ଚଳରେ କଡା ନଜର ରଖିଥିବା ଜଣାପଡିଛି ।