ବୌଦ୍ଧ ଜିଲ୍ଲା: ଜଗନ୍ନାଥ ଙ୍କ ଏକ ଇଞ୍ଚର ସର୍ବନିମ୍ନ ମୂର୍ତ୍ତି ଏବେ ବେଶ୍ ଚର୍ଚ୍ଚାରେ ।

ମାଟିରେ ତିଆରି ହୋଇଛି ପ୍ରଭୁ ଜଗନ୍ନାଥଙ୍କ ସର୍ବନିମ୍ନ ଏକ ଇଞ୍ଚର ମୂର୍ତ୍ତି। ଯାହାକୁ ଅତି ସୂକ୍ଷ୍ମ ଏବଂ ସୁନ୍ଦର ଭାବେ ତିଆରି କରିଛନ୍ତି ବୌଦ୍ଧ ଜିଲା ସଦର ବ୍ଲକ କମିରା ଗ୍ରାମର ବିଜୟ ସାହୁ । ଏହାକୁ ଦେଖିବାପାଇଁ ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟିଛି ଏବଂ ଏହି ଶିଳ୍ପୀ ବିଜୟ ସାହୁଙ୍କ ପାଇଁ ଗ୍ରାମବାସୀ ମଧ୍ୟ ଗର୍ବ କରୁଛନ୍ତି ।

ପେଷାରେ ଜଣେ ମାଟି ତଥା ଚିତ୍ରଶିଳ୍ପୀ ହୋଇଥିବା ବିଜୟ ଗଣେଶ ପୂଜା, ସରସ୍ଵତୀ ପୂଜା କିମ୍ବା ଦଶହରାରେ ଏକ ଭିନ୍ନ ଢଙ୍ଗରେ ମୂର୍ତ୍ତି ତିଆରି କରି ଅଞ୍ଚଳରେ ବେଶ୍ ପ୍ରସଂଶା ମଧ୍ୟ ପାଇଥାନ୍ତି ।

ସେ ଏକା ଧାରରେ ଜଣେ କବି ମଧ୍ୟ । ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ କବିତା ସେ ଲେଖିଛନ୍ତି ।ତାଙ୍କର ଏହି କଳା କୃତି ପାଇଁ ସାମାଜିକ ଗଣମାଧ୍ୟମ ରେ ବହୁତ୍ ଚର୍ଚ୍ଚା ଚାଳିଛି।