ବ୍ରାଉନ ସୁଗାର ସହିତ ଜଣେ ଅଭିଯୁକ୍ତ ଗିରଫ
ଗଣିଆ। ( ବିଶ୍ୱରଞ୍ଜନ୍ ସେଠି) ନୟାଗଡ଼ ଜିଲା ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ବେଧଡ଼କଭାବେ ଚାଲିଛି ନିଶା କାରବାର । ବିଶେଷ କରି ବ୍ରାଉନ ସୁଗାରକୁ ନେଇ ବହୁ ଯୁବଗୋଷ୍ଠୀମାନେ ପଥଭ୍ରଷ୍ଟ ହେଉଛନ୍ତି । ଏପରିକି ବାପାମା ମାନେ ବିଭିନ୍ନ ସମୟରେ ପିଲାମାନଙ୍କ ଠାରୁ ନିର୍ଯ୍ୟାତିତ ହୋଇ ଥାନାର ଆଶ୍ରୟ ନେଉଛନ୍ତି । ଏଥିପାଇା ଗଣିଆ ପୋଲିସ ବିଭିନ୍ନ ସମୟରେ ଚଢାଉ ଜାରି ରଖିଥିବାବେଳେ ବିଶେଷସୁତ୍ରରୁ ଖବର ପାଇ ଗତକାଲି ମଙ୍ଗଳବାର ରାତି ୧୦ଘଟିକା ସମୟରେ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏସଆଇ ଶ୍ୟାମସୁନ୍ଦର ପ୍ରଧାନ ଏଏସଆଇ ସାହା ଆଲାମ ଖାନ ଗଣିଆ ବସ ଷ୍ଟାଣ୍ଡ ନିକଟରୁ ଢୋଲମରା ପଂଚାୟତର ରୟତ ଢୋଲମରା ଗ୍ରାମର ଦାଶ ସେଠୀ (୪୮)ଙ୍କୁ ଉଠାଇ ଆଣିଥିଲେ । ସେ ଓଡି ୨୫ ଏନ ୬୧୫୮ ନମ୍ବର ବିଶିଷ୍ଟ ଏକ ଟିଭିଏସ ଏକ୍ସଏଲ ଗାଡ଼ିରେ ୨୨ପ୍ୟାକେଟ ବ୍ରାଉନ ସୁଗାର ରଖିଥିଲେ । ଯାହାର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କା ହେବ ବୋଲି ଥାନା ଅଧିକାରୀ କହିଛନ୍ତି । ଅଭିଯୁକ୍ତଙ୍କୁ ପଚାରିବାରୁ ସେ ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଆଣି କିଶୋରପ୍ରସାଦ, ଢୋଲମରା ଓ ଗଣିଆର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା କହିଥିଲା । ଏଥିରେ ଆହୁରୀ ୪ରୁ ୫ଜଣ ଅଭିଯୁକ୍ତ ସଂପୃକ୍ତ ଥିବା ଥାନା ଅଧିକାରୀ କହିଥିବାବେଳେ ଆଗକୁ ଚଢାଉ ଯୋରଦାର କରାଯିବା ସହିତ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି । ତେବେ ଏହି ଘଟଣାରେ ୧୪୫/୨୦୨୫ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦାଶ ସେଠୀକୁ ଦଶପଲା କୋର୍ଟକୁ ଚାଲାଣ କରାଯାଇଛି ।
