ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର
ଗଣିଆ -(ବିଶ୍ୱରଞ୍ଜନ୍ ସେଠି) ଗଣିଆ ବ୍ଲକ ସଦଭାବନା ଗୃହରେ ବୁଧବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ସମଗ୍ର ଶିକ୍ଷା ସମ୍ପର୍କରେ ବ୍ଳକ୍ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ତହସିଲଦାର ପ୍ରୀତିବଳା ରଣା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଉପରେ ସମୀକ୍ଷା କରାଯାଇଥିଲା। ମନରେଗା ଯୋଜନାରେ କେଉଁଠି ନାଗରିକ ସୂଚନା ଫଳକ ନାହିଁ ତ ଆଉ କେଉଁଠି କାଗଜ ପତ୍ର ଠିକ୍ ନଥିବା ଅଡିଟ ରିପୋର୍ଟ ରେ ପ୍ରକାଶ ପାଇଥିଲା। ବିଶେଷ କରି ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ବିଭାଗ ରେ ଅନେକ ତୃଟି ଓ ବିଭାଗୀୟ ଅଧିକାରୀ ଙ୍କ ଅବହେଳାକୁ ନେଇ ନୟାଗଡ଼ ଏ ପି ଡି ଆଲ୍ ବର୍ଟ ଲାକ୍ରା ଓ ଲୋକପାଳ ଗିରିଶ ଚନ୍ଦ୍ର ଦାସ କ୍ଷୋଭ ପ୍ରକାଶ କରିଥିଲେ। ଏଥିସହ ସମସ୍ୟା ର ସମାଧାନ ନ କଲେ ତଣ୍ଡ ଗଣିବା ପାଇଁ ଚେତାବନୀ ଦେଇଥିଲେ। ଅନ୍ୟ ପକ୍ଷେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନେକ ଗୁଡ଼ିଏ ତୃଟି ହୋଇଥିବା ଅଡିଟ ରିପୋର୍ଟ ରେ ତଥ୍ୟ ପ୍ରକାଶ ପାଇଥିଲା। ମୃତ ବ୍ୟକ୍ତି ଓ ବିବାହ ପରେ ମଧ୍ୟ ବିବାହିତ ସରକାରୀ ଚାକିରିଆ ମହିଳା ଙ୍କ ନାମରେ ରାସନ ଚାଉଳ ହଡ଼ପ କୁ ନେଇ ଶିବିରରେ ଅଡିଟ ରିପୋର୍ଟ ରେ ତଥ୍ୟ ପ୍ରକାଶ ପାଇଥିଲା। ଯାହାକୁ ନେଇ ଜିଲ୍ଲା ଅଧିକାରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତୁରନ୍ତ ଏ ଦିଗରେ ସମାଧାନ କରିବା ପାଇଁ ପଞ୍ଚାୟତର ପି ଇ ଓ ଏଵଂ ଡାଟାଏଣ୍ଟ୍ରି ଅପରେଟର ଓ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆୟୋଜିତ ଏହି ଶିବିର ରେ ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା, ଉପାଧ୍ୟକ୍ଷ ରାଜ କିଶୋର ସାହୁ, ଏ ପି ଓ ଇତିଶ୍ରୀ ଦାସ, ବ୍ଲକ ସାମାଜିକ ସମୀକ୍ଷା ଅଧିକାରି କଲ୍ୟାଣୀ ସ୍ୱାଇଁ ଙ୍କ ସମେତ ଭି ଆର୍ ପି, ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
