ବ୍ଲକ ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଗଣିଆ

। ( ବିଶ୍ୱରଞ୍ଜନ ସେଠି ) ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ଗୁପ୍ତେଶ୍ୱର ବିଦ୍ୟାପୀଠ ପରିସରରେ ଶନିବାର ବ୍ଲକ ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଜତ କୁମାର ପ୍ରଧାନ ଙ୍କ ସଭାପତିତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗଣିଆ ମଣ୍ଡଳ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ରାଉତରାୟ ଓ ମୂଖ୍ୟ ବକ୍ତା ଭାବେ ଶରଣକୁଳ କଲେଜ ର ଓଡ଼ିଆ ଅଧ୍ୟାପକ ଗୋଦାବରୀ ବସନ୍ତିଆ ଯୋଗ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଗୋଡ଼ିପଡ଼ା ହାଇସ୍କୁଲ ର ନିରାକାର ସ୍ୱାଇଁ, ଗିରିଶ ଚନ୍ଦ୍ର ମିଶ୍ର, ଛାମୁଣ୍ଡିଆ ପଞ୍ଚାୟତ ସରପଞ୍ଚ ଦୀପ୍ତିରେଖା ସେନାପତି ଓ ବଡ଼ଶିଲିଙ୍ଗା ଆଶ୍ରମ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ହିନ୍ଦୀ ଭାଷା ଆମର ରାଷ୍ଟ୍ର ଭାଷା। ଭାରତ ର ପ୍ରତ୍ୟେକ ରାଜ୍ୟ ର ଲୋକ ମାନଙ୍କ ସହ ଭାଷା ର ଆଦାନ ପ୍ରଦାନ ର ଏକ ମାଧ୍ୟମ ହୋଇଥିବାରୁ ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖ କୁ ହିନ୍ଦୀ ଭାଷା ଦିବସ ଭାବେ ପାଳନ କରାଯାଉଛି। ଇଂରାଜୀ ଭାଷା ପରିବର୍ତ୍ତେ ହିନ୍ଦୀ ଭାଷା କୁ ଦ୍ୱିତୀୟ ଭାଷା ଭାବେ ସରକାର ଯଦି ମାନ୍ୟତା ପ୍ରଦାନ କରିବା ସହ ବିଦ୍ୟାଳଗୁଡିକରେ ହିନ୍ଦୀ ଭାଷା କୁ ପ୍ରାଧାନ୍ୟ ଦିଅନ୍ତେ ତେବେ ସବୁ ଛାତ୍ରୀଛାତ୍ର ହିନ୍ଦୀ ଭାଷା କହିବା ଓ ଲେଖିବା ସହଜ ହୁଅନ୍ତା ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଆମ ରାଜ୍ୟ କୁ ଛାଡ଼ିଦେଲେ ଅଧିକାଂଶ ରାଜ୍ୟରେ ହିନ୍ଦୀ ଭାଷାର ପ୍ରଚଳନ ରହିଛି। ଅନ୍ୟ ଭାଷା ତୁଳନାରେ ହିନ୍ଦୀ ଅତି ସହଜ ଓ ସୁନ୍ଦର ଭାଷା ବୋଲି ମଧ୍ୟ ଅତିଥିମାନେ କହିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଣିଆ ହିନ୍ଦୀ ଶିକ୍ଷକ ସଂଘର ଅଧ୍ୟକ୍ଷ ନବକିଶୋର ମହାରଣା ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଘର ସମ୍ପାଦକ ସଞ୍ଜୟ କୁମାର ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ଛାତ୍ର ମାନେ ଯୋଗ ଦେଇଥିଲେ। ତେବେ ଏହି ଦିବସ ପ୍ରତିବର୍ଷ ସେପ୍ଟେମ୍ୱର ୧୪ ରେ ପାଳନ କରାଯାଉଥିବା ବେଳେ ପିଲାଙ୍କ ପରୀକ୍ଷା ହେତୁ ବିଳମ୍ବରେ ଶନିବାର ପାଳନ କରାଯାଇଥିବା ସଂଘର ସମ୍ପାଦକ ପରିଡ଼ା କହିଛନ୍ତି।