ବ୍ୟକ୍ତିଙ୍କୁ ଚପଲରେ ପିଟିଲେ ପାକିସ୍ତାନୀ ଗାୟକ ରାହତ ଅଲ୍ଲୀ ଖାନ

ଲୋକପ୍ରିୟ ପାକିସ୍ତାନୀ ଗାୟକ ରାହତ ଫତେହ ଅଲୀ ଖାନ ବିବାଦରେ ଫସିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓ ହିଁ ତାଙ୍କୁ ବିବାଦ ଘେରକୁ ଟାଣିଛି। ସାମାଜିକ ଗଣମାଧ୍ୟମରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କୁ ମନଇଚ୍ଛା ମାଡ ମାରୁଛନ୍ତି। ତାଙ୍କର ଏହି ପିଟିବାର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଏହାପରେ ରାହତ ଏକ ଭିଡିଓ କରି କ୍ଷମା ମାଗିଛନ୍ତି। ସେ ଏହି ଭିଡିଓରେ ନିଜ ଘରୋଇ ସାହାୟକଙ୍କ ସହିତ ଠିଆ ହୋଇଥିବା ନଜର ଆସିଛନ୍ତି। ଏହି ଭିଡିଓରେ, ରାହତ ପ୍ରଥମେ କ୍ଷମା ମାଗିଛନ୍ତି। ତାପରେ କହିଛନ୍ତି ଯେ, ଆପଣ ଦେଖିଥିବା ଭିଡିଓରେ ଜଣେ ଗୁରୁ ଏବଂ ତା ଶିଷ୍ୟ ମଧ୍ୟରେ ଥିବା ସମ୍ପର୍କ । ସେ ମୋର ପିଲା ଓ ମୋର ଶିଷ୍ୟ ଭଳି। ଭିଡିଓରେ ସେ ନିଜ ଚାକରଙ୍କୁ ଚୁଟି ଭିଡି ଚପଲରେ ପିଟୁଥିବାର ନଜିର ଆସିଛନ୍ତି। ଆଖପାଖ ଯେତେ ରୋକିଲେ ମଧ୍ୟ ସେ ଥୟ ଧରୁ ନାହାନ୍ତି।

ରାହାତ ବଡ ପାଟିରେ ଗାଳି କରିବା ସହ ଚପଲରେ ପିଟିବାରେ ଲାଗିଛନ୍ତି। କିନ୍ତୁ ବ୍ୟକ୍ତିଜଣକ ଚୁପଚାପ ତାଙ୍କ ମାଡ ସହୁଛନ୍ତି।ଭିଡିଓରେ ଦଣ୍ଡିତ ହୋଇଥିବା ବ୍ୟକ୍ତିଙ୍କୁ ସେ ନଭିଦ୍‌ ହସନୈନ ଭାବେ ପରିଚିତ କରାଇଛନ୍ତି। ବ୍ୟକ୍ତି ଜଣକ ଭିଡିଓରେ କହିଛନ୍ତି ଯେ, ସେ ବୋତଲ ହଜାଇ ଦେଇଥିଲେ ଏବଂ ଏହା ଭୁଲି ଯାଇଥିଲେ। ସେ କହିଛନ୍ତି, ‘‘ସେ ମୋ ପିତା ଏବଂ ମୋ ଗୁରୁ। ସେ ଆମକୁ ବହୁତ ଭଲ ପାଆନ୍ତି। ଯିଏବି ଏହି ଭିଡିଓ ଲିକ୍‌ କରିଛି, ସେ ମୋ ଗୁରୁଙ୍କୁ ବଦନାମ କରିବା ପାଇଁ ବ୍ଲାକମେଲ କରୁଛି।’’ ଭିଡିଓରେ ରାହତ କହିଛନ୍ତି, ପରବର୍ତ୍ତୀ ସମୟରେ ସେ ନିଜ ଶିଷ୍ୟଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ରାହତ ଫତେହ ଅଲୀ ଖାନଙ୍କୁ ସମାଲୋଚନା କରୁଛନ୍ତି। ସୋସିଆଲ ମିଡିଆରେ ଗାୟକଙ୍କୁ ଖୁବ୍‌ ଟ୍ରୋଲ୍ କରାଯାଉଛି।