ବ୍ୟବହାର ହେବନି ହରିଜନ ଶବ୍ଦ। ଜାତି ପ୍ରମାଣ ପତ୍ରରେ ବି ରହିବନି ଶବ୍ଦ 

ବ୍ୟବହାର ହେବନି ହରିଜନ ଶବ୍ଦ । ଏନେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ଜାତି ପ୍ରମାଣ ପତ୍ରରେ ବି ରହିବନି ଶବ୍ଦ । କେବଳ ଅନୁସୂଚିତ  ବ୍ୟବହାର ନାଁ  ବ୍ୟବହାର  କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେକର୍ଡ ପତ୍ରରେ ଅନୁସୂଚିତ ଜାତି ଉଲ୍ଲେଖ  ପାଇଁ  ନିର୍ଦ୍ଦେଶ ଦିଆଯାଇଛି ।ସୂଚନାଯୋଗ୍ୟ, ‘ହରିଜନ’ ଶଦ୍ଦକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ହେଉଥିବା ନଜିର ରହିଛି। ଏପରିକି ‘ହରିଜନ’ ଶଦ୍ଦକୁ ନେଇ ଗୋଷ୍ଠୀ ବିବାଦ, ହିଂସା କାଣ୍ଡ ମଧ୍ୟ ହେଉଛି। ଏହି ଶଦ୍ଦର ବ୍ୟବହାରକୁ ନେଇ ମାମଲା ଥାନା ଓ କୋର୍ଟରେ ମଧ୍ୟ ପହଞ୍ଚିଛି। କେନ୍ଦ୍ର ସରକାର ‘ହରିଜନ’ ଶଦ୍ଦକୁ ବହୁ ବର୍ଷ ହେଲା ରଦ୍ଦ କରିଦେଇଛନ୍ତି। ଧୀରେଧୀରେ ଏହି ଶଦ୍ଦ ମଧ୍ୟ ତାର ଅସ୍ଥିତ୍ବ ହରାଇ ‘ଅନୁସୂଚିତ ଜାତି’ ଶଦ୍ଦର ଲୋକପ୍ରିୟତା ବଢ଼ି ଚାଲିଛି।