ବ୍ୟାଙ୍କରେ ପଡିଥିବା ଟଙ୍କାର ତଥ୍ୟ ମାଗିଲା ଅର୍ଥ ବିଭାଗ
ବ୍ୟାଙ୍କରେ ପଡିଥିବା ଟଙ୍କାର ତଥ୍ୟ ମାଗିଲା ଅର୍ଥ ବିଭାଗ । ବ୍ୟାଙ୍କରେ ପଡି ରହିଥିବା ସରକାରୀ ଟଙ୍କାର ତଥ୍ୟ ଜାଣିବାକୁ ଅର୍ଥ ବିଭାଗ ତତ୍ପରତା ଦେଖାଇଛି । ସରକାରୀ ଟଙ୍କାର ତଥ୍ୟ ଜାଣିବାକୁ ମଡ୍ୟୁଲ ପ୍ରସ୍ତୁତ କଲା ଅର୍ଥ ବିଭାଗ । ବେଟା ମଡ୍ୟୁଲ ଆଣିଲା ଅର୍ଥ ବିଭାଗ । ଏହି ମଡ୍ୟୁଲ ଦ୍ୱାରା ଅପଡେଟ ରହିବ ସବୁ ତଥ୍ୟ । କେଉଁ ବ୍ୟାଙ୍କରେ କେତେ ଟଙ୍କା ପଡି ରହିଛି ତଥ୍ୟ ମାଗିଥିଲା ଅର୍ଥ ବିଭାଗ । ସବୁ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଥିଲା ଅର୍ଥ ବିଭାଗ |ସରକାରଙ୍କ ଅର୍ଥ କେଉଁ ବିଭାଗ, କେଉଁ ପିଏସ୍ୟୁ, ସୋସାଇଟି, ବିଶ୍ୱବିଦ୍ୟାଳୟ, ପୌରାଞ୍ଚଳ, ପିଆର୍ଆଇ, ନିର୍ଦ୍ଦେଶାଳୟ କିମ୍ବା କମିଶନର ତଥା ସଚିବସ୍ତରରେ ରହିଛି ତାହାର ଟିକିନିଖି ହିସାବ ଦେବାକୁ ପଡ଼ିବ। ଯେପରି କି କେଉଁ ବିଭାଗର ଯୋଜନା ଅର୍ଥ କେଉଁ ଜିଲାରେ ପଡ଼ିଛି, ଏହାର ବ୍ୟାଙ୍କ ଖାତା ନମ୍ବର ସହିତ ଏହା ସଞ୍ଚୟ ଖାତାରେ ଅଛି ନା ଚଳନ୍ତି ଖାତାରେ ଅଛି କିମ୍ବା ସ୍ଥାୟୀ ଜମା ଆକାରରେ ରହିଛି ତାହା ଜଣାଇବାକୁ ହେବ। ସେପ୍ଟେମ୍ବର ୩୦ ସୁଦ୍ଧା କେଉଁ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ବଳକା ରହିଛି ତା’ର ଆଇଏଫ୍ସି କୋଡ୍ ସହିତ ତୁରନ୍ତ ଦେବାକୁ ଅର୍ଥ ବିଭାଗ ପ୍ରମୁଖ ସଚିବ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଇଛନ୍ତି। ଏହାକୁ ନେଇ ଏବେ କେତେକ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ଅସାଧୁ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଛି।
