ବୟାନ ପାଇଁ ପୁଣି ବିବାଦରେ ଅଭିନେତା ପ୍ରକାଶ ରାଜ
ଅଭିନେତା ପ୍ରକାଶ ରାଜ ଭାଜପାକୁ ଟାର୍ଗେଟ୍ କରିଛନ୍ତି। ପ୍ରକାଶ ରାଜ କହିଛନ୍ତି, ଯେଉଁମାନେ ୪୨୦, ସେମାନେ ଆସନ୍ତା ଲୋକ ସଭା ନିର୍ବାଚନରେ ୪୦୦ଟି ସିଟ୍ ଜିତିବା କଥା କହୁଛନ୍ତି। ଭାଜପା ନେତାଙ୍କ ପକ୍ଷରୁ ଏଥର ୪୦୦ ପାର୍’ ସ୍ଲୋଗାନ ଦେଉଛନ୍ତି। ଦଳ ଲକ୍ଷ୍ୟ ଧାର୍ଯ୍ୟ କରିଛି ଯେ ଏଥର ଲୋକ ସଭା ନିର୍ବାଚନରେ ୪୦୦ ଆସନ ହାସଲ କରି ସରକାର ଗଠନ କରିବ। ଏହା ବେଶ ହାସ୍ୟସ୍ପଦ । ଏଥିସହ ଅଭିନେତା କହିଥିଲେ ସେ ଯେକୌଣସି ଦଳ ହେଉ ୪ଶହ ଆସନ ଦଖଲ କରିବା ପାଇଁ ଯେଉଁ ଦୃଢୋକ୍ତି ପ୍ରକାଶ କରୁଛନ୍ତି ତାହା ଅସମ୍ଭବ ।
ଏହା ରାଜନୈତିକ ଦଳମାନଙ୍କର ଅଂହକାରକୁ ଦର୍ଶାଉଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନଡିଏ ୪୦୦ଟି ସିଟ ଜିତିବା ଦାବିରେ ପ୍ରକାଶ ରାଜ ଭାଜପାକୁ ଟାର୍ଗେଟ୍ କରିଥିବା ସ୍ପଷ୍ଟ ଜଣାପଡୁଛି। ସେ କହିଛନ୍ତି ଯେ ଗଣତନ୍ତ୍ରରେ କୌଣସି ଦଳ ୪୦୦ କିମ୍ବା ଅଧିକ ଆସନ ଜିତିବାର କୌଣସି ସମ୍ଭାବନା ନାହିଁ।
