ଭକ୍ତିରେ ଭିଜୁଛି ଜଗାନାଥ ମନ୍ଦିର ମହାପ୍ରଭୁଙ୍କ ନବଯୌବନ ଦର୍ଶନ କଲେ ଭକ୍ତ
ଗଣିଆ – 🙁 ବିଶ୍ୱରଂଜନ ସେଠି )ଆସନ୍ତା କାଲି ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରା। ରଥାରୂଢ ହୋଇ ଜନ୍ମବେଦୀକୁ ଯିବେ ତିନିଠାକୁର । ଅଣସରରେ ରହିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସେହିକ୍ରମରେ ଆଜି ଗଣିଆ ବ୍ଲକ ସ୍ଥିତ ଗଣିଆ ଜଗନ୍ନାଥ ମନ୍ଦିର, ବେଠିଆସାହି ଜଗନ୍ନାଥ ମନ୍ଦିର, ଜଗନ୍ନାଥପ୍ରସାଦ ଜଗନ୍ନାଥ ମନ୍ଦିର ଓ ଡଙ୍କାରିସାହି ଜଗନ୍ନାଥ ମନ୍ଦିରରେ ସକାଳ ୮ଟା ସମୟରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଠାକୁରଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ସକାଳ ଠାରୁ ଭକ୍ତଙ୍କ ଭିଡ ଜମିଛି । ଘଣ୍ଟ ମୃଦଙ୍ଗ ବାଜାରେ ଉତ୍ସବ ମୁଖର ହୋଇ ଉଠିଛି ଜଗନ୍ନାଥ ମନ୍ଦିର। ଆଜି ବଡି ଭୋର ସକାଳ ୪.୩୦ ରୁ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଙ୍ଗଳ ଆଳତି ହେବା ପରେ ମଇଲମ, ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ଅଣସର ଘରେ ପୂଜା ପାଉଥୁବା ପଟି ଦିଅଁଙ୍କ ବାହୁଡା ବିଜେ ହେବା ପରେ ଅଣସର ତାଟି ଫିଟିବା ଥିଲା। ପରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସକାଳଠାରୁ ଭକ୍ତଙ୍କ ଭିଢ ଜମିଛି । ଏଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାବେଳେ ଗଣିଆ ମନ୍ଦିର ଟ୍ରଷ୍ଟି ଅକ୍ଷୟ କୁମାର ସାହୁ, ସମ୍ପାଦକ ସୁନୀଲ କୁମାର ସାହୁ, କୋଷାଧକ୍ଷ ଉପେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ଭକ୍ତ ଯୋଗଦେଇ ଠାକୁରଙ୍କ ସାନିଧ୍ୟ ଲାଭ କରିଥିଲେ ।
