ଭଗବାନ ଶବ୍ଦ କୁ ବିଶ୍ଳେଷଣ କରାଗଲେ ତାହା ଏହିଭଳି ହେବ

lଭଗବାନ ଶବ୍ଦ କୁ ବିଶ୍ଳେଷଣ କରାଗଲେ ତାହା ନିମ୍ନ ପ୍ରକାରେ ଗଣାଯାଏ ଯଥା-ଭ=ଭୂମି,ଗ=ଗଗନ,ବ=ବାୟୁ,ଅ=ଅଗ୍ନି ଏବଂ ନ=ନୀର lତେଣୁ ଆମ ଭାଷା ରେ ଆପ,କ୍ଷୀତି,ତେଜ ମରୁତ ଏବଂ ବ୍ୟୋମ ଏହି ପଞ୍ଚଭୂତ କୁ ନେଇ ଗଠିତ ଭଗବାନ lଏହି ପଞ୍ଚଭୂତ ର ସମଷ୍ଟି ମଧ୍ୟ ଅଟନ୍ତି ଶ୍ରୀରାମ ତେଣୁ ସେ ଅଟନ୍ତି ସାରା ସୃଷ୍ଟି ର ଆଧାର lସେହିଁ ଅଟନ୍ତି ସୃଷ୍ଟି କର୍ତ୍ତା, ସେହିଁ ଅଟନ୍ତି ପାଳନକର୍ତ୍ତା ଏବଂ ସେ ହିଁ ଅଟନ୍ତି ସଂହାର କର୍ତ୍ତା lତାଙ୍କୁ ସ୍ୱୟଂ ମହାଦେବ ମଧ୍ୟ ପୂଜା କରନ୍ତି lଭାରତ ର ବିଖ୍ୟାତ ନଗରୀ ବାରାଣାସୀ କୁ କାଶୀ ବୋଲି କୁହାଯାଏ lସ୍ୱୟଂମହାଦେବ ଏଠାରେ ଶ୍ରୀରାମ ଙ୍କୁ ପ୍ରାର୍ଥନା କରିବା ପୁରାଣରେ ବର୍ଣ୍ଣିତ ଅଛି l

କବି ତୁଳସୀ ଦାସ ମଧ୍ୟ ତାଙ୍କ ରଚିତ ରାମାୟଣ ରେ ଲେଖିଛନ୍ତି-ବନ୍ଦଉଁ ରାମନାଥ ରଘୁବରକୋହେତୁ କୃଶାନୁ ଭାନୁ ହିମ କରକୋବିଧି ହରିହର ମୟ ବେଦ ପ୍ରାନସୋଅଗୁନ ଅନୁପମ ଗୁନ ନିଧାନ ସୋମହାମନ୍ତ୍ର ଯୋଇ ଜପତ ମହେଷୁକାଶୀ ମୁକତି ହେତୁ ଉପଦେଶୁଏହି ପଞ୍ଚଭୂତ ରୁ ସୃଷ୍ଟି ଆରମ୍ଭ ଏବଂ ଏହି ପଞ୍ଚଭୂତ ରେ ସୃଷ୍ଟି ସମାପ୍ତ ଏବଂ ବୀଲିନ lସୃଷ୍ଟିରେ କେବଳ ରାମ ନାମ ହିଁ ସତ୍ୟ ବାକି ସବୁ ମିଛ lତେଣୁ ମଣିଷ ର ମୃତ୍ୟୁ ପରେ ଗୋଟିଏ ନାମ ହିଁ ଉଚ୍ଚାରଣ କରାଯାଏ “ରାମ ନାମ ସତ୍ୟ ହେ”………✍️ପରମଶୈବ ଲଳିତ ମୋହନ