ଭଣ୍ଡାରିପୋଖରୀ ମୁନସୀ ମେଲଣପ୍ରଥମ ସଂଧ୍ୟା ଅନୁଷ୍ଠିତ ହୋଇଯାଇ ଅଛି

ଭଣ୍ଡାରିପୋଖରୀ,୨୭/୦୨: ଐତିହାସିକ ଭଣ୍ଡାରିପୋଖରୀ ମୁନସୀ ମେଲଣ ୨୭ ଓ ୨୮ଦୁଇ ଦିନ ଧରି ଅନୁଷ୍ଠିତ ହେଉଅଛି।ଅତିଥି ପରିଚୟ ପ୍ରଦାନ କରିଥିଲେ ଭଣ୍ଡାରିପୋଖରୀ କଲେଜ ଅଧ୍ୟାପକ ଭାରତ ଚନ୍ଦ୍ର କରଣ।ମୁଖ୍ୟ ଅତିଥି ଜିଲ୍ଲା ଆରକ୍ଷୀ ଅଂଶୁମାନ ଦ୍ୱିବେଦୀ, ପୋଲିସ ଉପଖଣ୍ଡ ଅଧିକାରୀ ଅନିରୁଦ୍ଧ ମୁଦୁଲି,ଶୁଭେନ୍ଦୁ ସାମଲ,ଭଣ୍ଡାରିପୋଖରୀ ଥାନା ଅଧିକାରୀଣୀ ରାଜଲକ୍ଷ୍ମୀ ନାୟକ,ସୁଧାଂଶୁ ନାୟକ,ଗୋଲକ ବେହେରା,ସୁବ୍ରତ ଦାଶ,ଲକ୍ଷ୍ମୀଧର ନାୟକଙ୍କ ସମେତ ଅନ୍ୟ ଅତିଥି ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ପୁଲିସ ପବ୍ଲିକ ମିଳନର ଏହି ନିଆରା ପର୍ବ ଅଞ୍ଚଳର ସଂସ୍କୃତି ପାଲଟିଛି। ଥାନା ପରିସରରେ ହେଉଥିବା ଏହି ମେଲଣ ଶତାଧିକ ବର୍ଷର ପୁରୁଣା। ଲାଲା ସାହେବ ନାମକ ଇଂରେଜ ଦାରୋଗା ପ୍ରଥମେ ସ୍ଥାନୀୟ ଠାକୁର ଵାଡିଆଙ୍କୁ ଡାକି ରାଧା ଗୋବିନ୍ଦ ଜୀଉ ଠାକୁରଙ୍କୁ ବିଭାନ ଆଣି ଥାନା ପରିସରରେ ଭୋଗ ଲାଗି ହୋଇ ଥାଏ। ଥାନାଧିକାରୀ ଦମ୍ପତି ବିଭାନ ଗୁଡ଼ିକୁ ଆମନ୍ତ୍ରିତ କରିଥାନ୍ତି। ସ୍ଥାନୀୟ ବଜାରରେ ଲୋକ ମାନକ ସହ ଫଗୁ ଖେଳନ୍ତି ପୁଲିସ। ଶତାଧିକ ବିଭାନକୂ ମେଲଣ କମିଟି ବିଦାକି ସହ ସକାଳୁ ବ।ହୁଡ଼ାନ୍ତି। ଚଳିତ ବର୍ଷ ପୂର୍ବ ବର୍ଷ ଭଳି ଡିଜେ ଶୂନ୍ୟ ହେଉଥିବା କହିଛନ୍ତି ମେଲଣ କମିଟିର ସମ୍ପାଦକ ଲକ୍ଷ୍ମୀଧର ନାୟକ। କମିଟିର ସମ୍ପାଦକ ତଥା ଥାନାଧିକାରୀ ରାଜଲକ୍ଷ୍ମୀ ନାୟକ କର୍ତ୍ତି ଭାବେ ଦାୟିତ୍ୱ ତୁଲାଇବେ ବୋଲି ସହମତି ପ୍ରକାଶ କରିଛନ୍ତି।ଶ୍ରୀମତୀ ନାୟକ ପୂର୍ବ ପରମ୍ପରା ଅନୁଯାୟୀ ଏହି ମେଲଣ ହେବ ବୋଲି ମତ ଦେଇଛନ୍ତି।